ଶୂନ୍ଯ ଦର୍ଶନ

ଶରଧାବାଲିରେ
କେଡେ ଶରଧାରେ
ଚାହିଁ ରହିଥିଲି ତୋତେ
ରଥରୁ ଓହ୍ଲେଇ
ମୋତେ ତୁ ନ ଚାହିଁ
ଚାଲିଗଲୁ ତୋର ପଥେ ।

ମନ ଦୁଃଖ ମୋର
ମନରେ ମରିଲା
କହି ନ ପାରିଲି ତୋତେ
ତଥାପି ଜଗିଛି
ନାକଚଣା ଦ୍ବାରେ
ଶ୍ରଦ୍ଧା ବହି ଶୁଦ୍ଧଚିତ୍ତେ ।

ବାହୁଡା ସମୟେ
ଲୋକଭିଡ ହେବେ
ଚିହ୍ନି ପାରିବକି ମୋତେ,
କୁହ କେଉଁ ବେଶ
ଧାରଣ କରିବି
ସ୍ମରଣ କରିବି ଚିତ୍ତେ ।

ଦଶ ଅବତାର
ଦଶ ବେଶ ଅଛି
କେଉଁ ବେଶ ହେବି କୁହ,
ତୁମ ବେଶ କେହି
ହୋଇ ନ ପାରନ୍ତି
ମନେ ସଭିଙ୍କର ଭୟ ।

ହାତ ପାଦ ନାହିଁ
ତୁମେ ଶୂନ୍ଯଦେହୀ
ଶୂନ୍ଯରେ କଲି ଭରଷା,
ଶୂନ୍ଯକୁ ଚାହିଁଛି
ଶୂନ୍ଯୁ ଚାହିଁଦେବ
ପୂର୍ଣ୍ଣ ହେବ ମନୋବାଞ୍ଛା ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ