ଶୂନ୍ଯ ଭଜନ
କର ଆରେ ମନ
ଶ୍ରବଣ କୀର୍ତ୍ତନ
ମହିମା ଭଜନ ଗାନ,
ବ୍ରହ୍ମନିରଞ୍ଜନ
ସତ୍ଯ ସନାତନ
ପାଇବ ତୁ ଦରଶନ ।
ଶୂନ୍ଯରେ ବିହାର
ଶୂନ୍ଯରେ ଆହାର
ଶୂନ୍ଯରେ ଶୟନ କରି,
ଶୂନ୍ଯ ମନ୍ଦିରରେ
ଶୂନ୍ଯଦେହୀ ଲୀଳା
ଶୂନ୍ଯ ଅନନ୍ତବିହାରୀ ।
ଶୂନ୍ଯ ଅଣାକାର
ଶୂନ୍ଯ ନିରାକାର
ଶୂନ୍ଯରେ ଜ୍ୟୋତି ଦର୍ଶନ,
ସକଳ ଶୂନ୍ଯରେ
ପୂର୍ଣ୍ଣତା ଭରିଛି
ଶୂନ୍ଯରେ ନିଅ ଶରଣ ।
କାମନା ବାସନା
ସକଳ ଅସନା
ମନୁ ଶୂନ୍ଯ କରିଦେଇ,
ସାଧନ ଭଜନ
ବନ୍ଦନ ଅର୍ଚ୍ଚନ
ଶୂନ୍ଯେ ଦର୍ଶନ ମିଳଇ ।
ସପ୍ତଫେଣୀ ସର୍ପ
ଗର୍ଜନ କରୁଛି
ଶୂନ୍ଯ ବାଟ ଦିଶୁ ନାହିଁ,
ଇନ୍ଦ୍ରିୟ ବିଷକୁ
ସାଧନରେ ଶୂନ୍ଯ
ଶୂନ୍ଯପଦ୍ମେ ଶାନ୍ତି ପାଇଁ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ