ଶୃଙ୍ଖଳା ହିଁ ମଣିଷକୁ ଆଗକୁ ନେଇଥାଏ ଅର୍ଜୁନବାଡ ସ୍କୁଲ ବାର୍ଷିକ ଉତ୍ସବ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଅର୍ଜୁନବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଚିନୁପମା ଭଇଁଷା ଏଥିରେ ସଭାପତିତ୍ବ କରି ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଗୋବର୍ଦ୍ଧନ ବାଘ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ବିରଞ୍ଚିନାରାୟଣ ଦର୍କା ମୁଖ୍ୟ ବକ୍ତା,ସି ଆର ସି ସି ମନୋଜ ପଟେଲ , ସମିତି ସଭ୍ୟ ପରେଶ ପଟେଲ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହାରାଚାନ୍ଦ ନାୟକ, ସୁରେନ୍ଦ୍ର ପୃଷେଠ, ବିଦ୍ୟାଳୟ ପରିଚାଳନା ସଭାପତି ରଜନୀ ନାଏକ, ପ୍ରସନ୍ନ ନାୟକ, ବିଶିଷ୍ଟ କଂଣ୍ଠଶିଳ୍ପି ଅଶୋକ ଜୟପୁରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ କହିଥିଲେ ଯେ, ଦିର୍ଘ ୬୫ ବର୍ଷ ପୂର୍ବେ ୧୯୬୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଆଜି ପ୍ରଥମଥର ପାଇଁ ବାର୍ଷିକ ଉତ୍ସବ ପାଳନ କରି ପିଲାମାନଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଗୁଣାବଳି ର ବିକାଶ ପାଇଁ ଉଦ୍ୟମ କରିଛି। ଏହାଛଡା ମଣିଷର ଚରିତ୍ର ଗଠନ ପ୍ରଥମିକ ସ୍ତରରୁ ଆରମ୍ଭ ହୋଇଥିବାବେଳେ ଶୃଙ୍ଖଳା ହିଁ ତାକୁ ଶିର୍ଷ ସ୍ଥାନକୁ ପହଞ୍ଚାଇଥାଏ। ତେଣୁ ପିଲାମାନେ ବଣ ମଲ୍ଲି ନ ହୋଇ ବଗିଚାର ମଲ୍ଲି ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁସ୍ମିତା ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସି ଆର ପି ସେଫାଲି ସେଠ,ଅରୁଣ ସାହୁ, ଝରଣା ସାହୁ,ଯୋଗେଶ୍ବରୀ ନାଏକ,ମିନା ନାଏକ, ମନୋରମା ନନ୍ଦ,ଗୀତା ସୁନାନୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ