ଶୃଙ୍ଖଳିତ ପରିବେଶ ଗଠନ ନିମନ୍ତେ ସଂକଳ୍ପ
ବେତନଟୀ, (ଉଦିତ କୁମାର ପରିଡା(: ବେତନଟୀସ୍ଥିତ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ସମ୍ମାନିତ ଅତିଥି ଭାବେ ବେତନଟୀ ବ୍ଲକ ବିଡ଼ିଓ ସୁଶାନ୍ତ କୁମାର ସୁତାର, ବେତନଟୀ ତହସିଲଦାର ଶରତ ଚନ୍ଦ୍ର ରାଉତ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋପାଳ କୃଷ୍ଣ ସେନାପତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅର୍ଜୁନ ସିଂ, ଆଲୁମିନି ଉପସଭାପତି ଜୟନ୍ତ ପଟ୍ଟନାୟକ, ବେତନଟୀ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଏସ ଏମ ସି ଉପସଭାପତି ଟୁନି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ଦେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଧୂପ ଦୀପ ମାଲ୍ୟାର୍ପଣ ଦିଆ ଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷକ ସୁବୋଧ କୁମାର ସାହୁ ମଞ୍ଚ ପରିଚାଳନା କରିବା ସହ ଶିକ୍ଷୟତ୍ରୀ ଇତିଶ୍ରୀ ମନ୍ତ୍ରୀ ବିଦ୍ୟାଳୟର ଗତ ବର୍ଷର ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଏହି ବିବରଣୀରେ ସ୍କୁଲରେ ରହିଥିବା ଅନେକ ଗୁଡିଏ ସମସ୍ୟା ବାବଦରେ ଶୁଣିବାକୁ ମିଳିଥିଲା । ଯେପରି ବେତନଟୀର ଗୋଟେ ମାତ୍ର ହେଡ଼ କ୍ଵାଟର ସ୍କୁଲ ଏବଂ ଏଠାରେ ସମସ୍ତ ପ୍ରକାର ସଚେତନତା କାର୍ଯ୍ୟକ୍ରମ ବର୍ଷସାରା ଚାଲୁ ରହିଥାଏ ହେଲେ ସେହି ପରିମାଣରେ ଶ୍ରେଣୀଗୃହ ସ୍କୁଲ ପାଇଁ ଅଭାବ ହୋଇ ରହିଛି। ତତସହିତ ଉଚ୍ଚ ପାଚେରୀ ନିର୍ମାଣ, ଭୋକେଶନାଲ ପ୍ରାକ୍ଟିକାଲ ରୁମ, ଏକ ବୃହତ ଓଡିଟୋରିୟମ, ଅଧିକ ଆଲୋକୀକରଣ, ପାନୀୟ ଜଳ, ପ୍ରଶ୍ନପତ୍ର ରଖିବା ପାଇଁ ଷ୍ଟ୍ରଙ୍ଗରୁମ, କିଛି ବିଭାଗରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଚତୃର୍ଥ ଶ୍ରେଣୀର କିଛି ଜଣ କର୍ମଚାରୀର ଆବଶ୍ୟକତା ନିହାତି ରହିଥିବା ପ୍ରଧାନଶିକ୍ଷକ ସ୍କୁଲ ତରଫରୁ ପ୍ରସ୍ତାବ ଦେଇଥିଲେ। ବିଦ୍ୟାଳୟ ପକ୍ଷରୁ ଗତ ବର୍ଷର ମ୍ୟାଟ୍ରିକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀ, ତାଙ୍କ ଅଭିଭାବକ, ସମସ୍ତ ଆଲୁମିନି ଛାତ୍ରଛାତ୍ରୀ, ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ପୁରସ୍କାର ବିତରଣୀରେ ଏନ ସି ସି ଶିକ୍ଷକ ପ୍ରକାଶ କୁମାର ଗିରି ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ନିରଜ କୁମାର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ।