ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଲା ନେତ୍ର ଉତ୍ସବ
ସୋରଡା, (ରଜନୀ କାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ନୀତି ସ୍ୱରୂପ ନେତ୍ର ଉତ୍ସବ ଯଥା ନୀତି ଅନୁସାରେ କରାଯାଇଛି। ରଥ ଯାତ୍ରା ନେଇ ସୋରଡା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ରବୀନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ବସିଥିବା ବୈଠକ ରେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ପାତ୍ର,ଶିଶିର ଦାସ,ବାବୁଲା ଚୌଧୁରୀ, ଶିବ ପ୍ରସାଦ ସୁଆର,ସଂଜୀବ ପଟ୍ଟନାୟକ,ରଜନୀ କାନ୍ତ ମୋହାପାତ୍ର, ପୂଜା ପଣ୍ଡା ବିନୟ ମହାପାତ୍ର, ହୟଗ୍ରୀବ ପାଢୀ,ସରୋଜ ପତ୍ରୀ, ଟୁନା ସୁଆର, କୃଷ୍ଣ ଚରଣ ଦାସ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଦଇତାପତି ମାନକ ମଧ୍ୟ ରେ ରଞ୍ଜନ ପାଟଜୋଶୀ ,ପରି ଅଧିକାରୀ, ମଣ୍ଟୁ ପାତ୍ର ଙ୍କ ସମେତ ଅନ୍ୟାନ ଦଇତାପତି ଉପସ୍ଥିତ ଥିଲେ। ବୈଠକ ରେ ଉଚତମ ନ୍ୟାୟଳୟ ଙ୍କ ରଥ ଯାତ୍ରା ନେଇ ଯାହା ନିର୍ଦେଶ ରହିଛି ତାହା ପାଳନ କରାଯିବ ଏବଂ ରଥ ଯାତ୍ରା ବିଧିବଧ ଭାବେ ବନ୍ଦ ରହିବ ଏବଂ ମନ୍ଦିର ଭିତରେ ସମସ୍ତ ନୀତି ସମ୍ପନ ହେବା ସହ ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ରତ୍ନସିହ୍ନାସନ ବିଜେ କରିବା ନେଇ ନିଷ୍ପତି ନିଆଯାଇଥିଲା।ଆଲୋଚ୍ୟ ବିଷୟ ରେ ମନ୍ଦିର ପୁରୋହିତ କାଳି ଚରଣ ତ୍ରିପାଠୀ ଦେବତୋର ବିଭାଗ ର ନିର୍ଦେଶ ଓ ଉଚୋତମ ନ୍ୟାୟଳୟ ର ନିଷ୍ପତି କୁ ଆଖିଆଗରେ ରଖି କିପରି ନୀତି କରାଯିବ ତାହା ଉପରେ ଆଲୋକପାତ କରିଥିଲେ ଏବଂ ପୁରୋହିତ ଙ୍କ ପରାମର୍ଶ କ୍ରମେ ସମସ୍ତ ନୀତି ଚୁଡାନ୍ତ ହେଇଥିଲା । ଚୁଡାନ୍ତ ହେଇଥିବା ନୀତି ପ୍ରକାରେ ପ୍ରଥମ ନୀତି ଭାବେ ନେତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ଦିନ ଏକ ଘଟିକା ସମୟରେ ମହାପ୍ରଭୁ ଙ୍କ ନେତ ବଡଦେଉଳ ରେ ଲାଗିଥିଲା ଏବଂ ନୀତି ଆରମ୍ଭ ହେଇ ସମପାନ କରାଯାଇଥିଲା। ମନ୍ଦିର ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିଥିବା ବେଳେ କେବଳ ନୀତି କରାଯାଇଛି। ସୋମବାର ରଥ ଯାତ୍ରା ନେଇ ଉଚତମ ନ୍ୟାୟଳୟ ରେ ଶୁଣାଣୀ ଥିବା ବେଳେ ଓଡିଶା ର ସମସ୍ତ ଜାଗାରେ ରଥ ଯାତ୍ରା କୁ କଟକଣା ଭିତରେ ପାଳନ ପାଇଁ ନିର୍ଦେଶ ଆସିବା ଅପେକ୍ଷା ରେ ସମସ୍ତେ ରହିଛନ୍ତି।