ଶେରଗଡରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ ଶେରଗଡ ଚାରି ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମର୍ଲ୍ୟାର୍ପଣ କରି ଶେରଗଡ ବିଜେଡ଼ି ତରଫରୁ ଓଡ଼ିଶାର ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ଶୁକ୍ରବାର ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଛି। ଏଥିରେ ଶେରଗଡ ବ୍ଲକ ବିଜେଡ଼ି ସଭାପତି ଶରତ ପାତ୍ର, ବ୍ଲକ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା ଚୌଧୁରୀ, ବରିଷ୍ଠ ବିଜେଡ଼ି ନେତା,ହୃଷୀକେଶ ପାଢ଼ୀ, ହୀନ ବେହେରା, ସମୀର ପ୍ରଧାନ,ଦୁର୍ଗା ବିଷୋୟୀ,ଦେବୀ ପ୍ରସାଦ ଦାଶ, ବରୁଣ ପୋଲାଇ, ସରୋଜ ପାତ୍ରଙ୍କ ସମେତ ବହୁ ସରପଞ୍ଚ ,ସମିତି ସଭ୍ୟା,ଦଳୀୟ କର୍ମୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।ବିଜୁ ବାବୁଙ୍କ ନୀତି, ଆଦର୍ଶ, ଦୂରଦୃଷ୍ଟି ଓ ସାହାସିକତା ସମ୍ପର୍କରେ ଆଲୋଚନା କରିବା ସହ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ କ୍ଷେତ୍ରରେ ବିଜୁବାବୁଙ୍କ ଉଲ୍ଲେଖନୀୟ ଅବଦାନ ଥିଲା। ତାଙ୍କ ସମୟରେ ରାଜ୍ୟର ଉନ୍ନତି ସକାଶେ ୧୩ଟି ଜିଲ୍ଲାରୁ ୩୦ ଜିଲ୍ଲାକୁ ବୃଦ୍ଧି କରିଥିଲେ।ଚାଷୀ ସମସ୍ୟା ସମାଧାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ମଜୁରୀ ବୃଦ୍ଧିକୁ ମଧ୍ୟ ସେ ଅଗ୍ରାଧିକାର ଦେଇଥିଲେ ବୋଲି ଅତିଥିମାନେ କହିଥିଲେ। ଶେଷରେ ଶୂଳପାଣି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ