ଶେରଗଡ଼ରେ ୫-ଟି ସଚିବ ପାଣ୍ଡିଆନ : କରୋନା ମୁକାବିଲା ନେଇ ସଚିବଙ୍କ ସମୀକ୍ଷା
ଶେରଗଡ଼(ଦେବୀ ପ୍ରସାଦ ଦାଶ): ଶେରଗଡ଼ ବ୍ଲକ ଗ୍ରସ୍ତ ରେ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ହେଲିକପ୍ଟର ଯୋଗେ ଗଜପତିରୁ ଶେରଗଡ଼ ମହାତ୍ମା ଗାନ୍ଧୀ ଖେଳ ପଡ଼ିଆରେ ଅବତରଣ କରିଥିଲେ।ଏହାପରେ କାର ଯୋଗେ ବ୍ଲକ ସଭା ଗୃହରେ ପହଞ୍ଚି କରୋନା ମୁକିବିଲା ନେଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ ।ସମୀକ୍ଷା ଆଳରେ 5ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ।ଆପଣ ମାନେ କରୋନା ମୁକାବିଲା ଠିକ କରିଛନ୍ତି ।ମେ ୩୦ତାରିଖ ପରେ ସବୁ ଠିକ ହୋଇଯିବ।ଶେରଗଡ଼ ବ୍ଲକ ରେ ୫୮ଟି କୁରାଣ୍ଟଇନ କେନ୍ଦ୍ର ର ଅଵସ୍ଥା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ପଚାରି ବୁଝିଥିଲେ ।କେନ୍ଦ୍ର ମାନଙ୍କରେ ପରିଚାଳନା ବ୍ୟବସ୍ଥା ଠିକ ଚାଲିଥିବା କଥା ସନ୍ତୋଷ କୁମାର ପଟନାୟକ କହୁଥିଲେ। ଏହାପରେ ସମସ୍ତ କୁରାଣ୍ଟଇନ କେନ୍ଦ୍ର ର ପରିଚାଳନା ଗତ ସମାସ୍ୟା ଉପରେ ସରପଞ୍ଚ ମାନଙ୍କୁ ପଚାରିଥିଲେ ।ଆପଣମାନଙ୍କ ପାଇଁ ହିଞ୍ଜିଳିଠାରେ କୋଭିଡ଼ ହସ୍ପିଟାଲ ବ୍ୟବସ୍ଥା ଚାଲୁଛି ତାହା ଅତିଶିଘ୍ର କାର୍ଯ୍ୟକ୍ଷମ ହେବ।ଆମ ବ୍ଲକ ର ଲୋକ ମାନେ ଘରେ ରୁହନ୍ତୁ ।ସରକାର ଙ୍କ ନିୟମ ମାନନ୍ତୁ ।ଆଉ ୩୦ଦିନ ମଧ୍ୟରେ ଓଡ଼ିଶାର ଅଵସ୍ଥା ଠିକ ହୋଇ ଯିବ।ଉପସ୍ଥିତ ସରପଞ୍ଚ ମାନେ କାମ ଠିକ କରନ୍ତୁ।ଆପଣଙ୍କ ପଂଚାୟତର ସୁରକ୍ଷା ଆପଣଙ୍କ ହାତରେ ବୋଲି କହିଥିଲେ ।ସରପଞ୍ଚ ମାନେ ଗୋଟିଏ ଯୋଦ୍ଧା ଏଣୁ ଆପଣଙ୍କ ହାତରେ ଆମେ କ୍ଷମତା ଦେଇଚୁ ତାର ସଠିକ ଉପଯୋଗ କରନ୍ତୁ। ସରକାର ଏଦିଗରେ ଆପଣଙ୍କ ନାଁରେ ୫0ଲକ୍ଷର ବୀମା ଘୋଷଣା କରିଛନ୍ତି ।ଉପସ୍ଥିତ ନେତା ଓ ଅଧିକାରୀ ମାନଙ୍କୁ କରୋନା ମୁକାବିଲାରେ ଠିକ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ ।