ଶେରଗଡ଼ ଥାନାର ୪ ପୋଲିସ କର୍ମଚାରୀଙ୍କୁ କରୋନା: ସୂଚନା ଦେଲେ ଗଞ୍ଜାମ ଏସ୍ପି
ଶେରଗଡ଼, (ଦେବୀପ୍ରସାଦ ଦାସ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଶେରଗଡ଼ ଥାନାର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେମାନଙ୍କର ଆଶୁ ଆରୋଗ୍ୟ ଏସ୍ପି ଶ୍ରୀ ରାୟ କାମନା କରିଛନ୍ତି। ପୂର୍ବରୁ ଛତ୍ରପୁର ଥାନା ଅଧିକାରୀ ଓ ଏ ସ ଦି ପି ଓଙ୍କୁ କରନା ଭୁତାଣୁର ପୀଡିତ ଥିବା ବେଳେ ଏବେ କରନା ଯୋଦ୍ଧାଙ୍କୁ ଏପରି କରନା କବଳିତ କରିଥିବାରୁ ସାଧାରଣରେ ଭୟ ସୁଷଟି ହୋଇଛି.