ଶେରଗଡ଼ ପୋଲିସକୁ ଆଉ ଏକ ସଫଳତା ସହ କ୍ୟାମେରା ଜବତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ପୋଲିସ ଆଉ ଏକ ଚୋରି କେସ ର ପର୍ଦ୍ଦାଫାଶ କରିଛି |କିଛି ଦିନ ହେଲା ଶେରଗଡ଼ ଅଞ୍ଚଳରେ ଲଗାତାର ଚୋରି ଘଟଣା ସାମ୍ନାକୁ ଆସିଛି ସୂଚନା ଥାଉକି କିଛିଦିନ ତଳେ ପାଞ୍ଚ ଟି ପୃଥକ ପୃଥକ ଚୋରି କେସ ରେ ଶେରଗଡ଼ ର ବିଭିନ୍ନ ଦୋକାନ ଓ ଶିକ୍ଷା ଅନୁଷ୍ଠାନରୁ ଲାପଟପ, ପଙ୍ଖା, ପାଣି ମୋଟର,ଏଲଇଡି ମନିଟର, ରଙ୍ଗୀନ ପ୍ରିଣ୍ଟର ଏହିଭଳି ବିଭିନ୍ନ ଚୋରି ଘଟଣାରେ ଶେରଗଡ଼ ପୋଲିସ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା, ଏବେ ସେହି କେସ ରେ ଶେରଗଡ଼ ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୨୨୧/୨୧ ର ପର୍ଦ୍ଦାଫାଶ କରିଛି I ଶେରଗଡ଼ ଥାନାଧିକାରୀଣୀ ମମତା କୁମାରୀ ସାମନ୍ତରାୟ ଙ୍କ ନେତୃତ୍ୱ ରେ ଏକ ଟିମ ଅଭିଯୁକ୍ତ ଇଡି ପ୍ରଦୀପ କୁମାର କୁ ଆନ୍ଧ୍ରପ୍ରଦେଶ ତିଳକ ନଗର ଗ୍ରାମରୁ ଧରୀ କୋର୍ଟ ଚାଲାଣ କରିବା ସହ ନିକୋନ ଡି ୭୫୦୦ କ୍ୟାମେରା ଜବତ କରିଥିବା ଶେରଗଡ଼ ଥାନାଧିକାରୀଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ