ଶେରଗଡ଼ ପ୍ରେସ କ୍ଲବ ବୈଠକ ଓ ଶୋକସଭା ଅନୁଷ୍ଠିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ପ୍ରେସ କ୍ଲବ ବୈଠକ ସଭାପତି ସୁବ୍ରତ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ଓ଼ ଟିଭି ର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ କର୍ତ୍ତବ୍ୟ ସମୟରେ ଅକାଳ ବିୟୋଗ କୁ ନେଇ ଶୋକ ପ୍ରକାଶ କରାଯିବା ଦିଗବନ୍ତ ଆତ୍ମା ର ସଦଗତି କାମନା କରାଯାଇଥିଲା ମୃତ ଙ୍କ ପରିବାର ବର୍ଗ ଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ନେଇ ସରକାର ଙ୍କ ଠାରେ ଦାବୀ ଉପସ୍ଥାପନା କରାଯାଇଥିଲା ବୈଠକ ର ସଂଘ ର ସାଙ୍ଗଠନିକ ଆଲୋଚନା ହୋଇଥିଲା ବୈଠକ ରେ ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଦାଶ, ସାଙ୍ଗଠନିକ ସମ୍ପାଦକ ଦେବୀ ପ୍ରସାଦ ଦାଶ, ସମ୍ପାଦକ ଚନ୍ଦନ ପାଢ଼ୀ, କୋଷାଧକ୍ଷ ରାଘବାନନ୍ଦ ପଶୁପାଳକ, ଉପ ସଭାପତି ଭିକୁ ନାୟକ, ବଳରାମ ପାଢ଼ୀ, ନୀଳାଞ୍ଚଳ ମହାପାତ୍ର, ସନ୍ତୋଷ କୁମାର ପାଢ଼ୀ, ବିଭୁ ପ୍ରସାଦ ଦାଶ, ସତ୍ୟବ୍ରତ ପଣ୍ଡା , ରାଜୀବ ପ୍ରଧାନ, ରାମକୃଷ୍ଣ ପାଣି, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରସାଦ ସାହୁ ଙ୍କ ସମେତ ଶେରଗଡ଼ ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ