ଶେରଗଡ଼ ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଗଞ୍ଜାମରେ ପାଳିତ ହୋଇଯାଇଛି ।ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ନେତା, କର୍ମୀ ଓ ନିର୍ବାଚତ ପ୍ରତିନିଧି ମାନେ ଶେରଗଡ଼ ବିଜୁ ପଟ୍ଟନାୟକ ଛକ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହୋଇଥିଲେ । ପ୍ରଥମେ ସମସ୍ତେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିଥିଲେ i ଏହି ଅବସରରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ସଭାପତି, ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା, ହୃଷିକେଶ ପାଢ଼ୀ, ସମସ୍ତ ଜୋନ ର ଜିଲ୍ଲା ପରିଷଦ ସଭ୍ୟଓ ସଭ୍ୟା ଙ୍କ ସହ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ