ଶେରଗଡ଼ ବ୍ଲକରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳା ବ୍ୟାଜ ପିନ୍ଧି ପ୍ରତିବାଦ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଗ୍ରାମ୍ୟ କୃଷି କର୍ମଚାରୀ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଥିଲେ l ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ, ଗଞ୍ଜାମ ଶାଖା ତରଫରୁ ପ୍ରତି ବ୍ଲକ ରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କଳା ବ୍ୟାଜ ପରିଧାନ କରି ଅନୁସୃତ ଗଣତାନ୍ତ୍ରିକ ଉପାୟରେ ନିଜର ଚାକିରୀ ସମ୍ବନ୍ଧୀୟ ଛଅ ଗୋଟି ଦାବି ଗୁଡିକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ କରିଛନ୍ତି lଗ୍ରାମ୍ୟ କୃଷି କର୍ମଚାରୀ ବଦଳରେ କୃଷି ସାମ୍ପ୍ରସାରଣ ଅଧିକାରୀ ଗ୍ରେଡ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କା କୁ ବୃଦ୍ଧି, ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଛେଦ ସହ 6 ବର୍ଷ ଚୁକ୍ତି ଭିତ୍ତିକ ସମୟ ସୀମା କୁ ମୂଳ ଚାକିରୀରେ ଗଣନା,ଚାକିରୀ କାଳ ମଧ୍ୟରେ ୩ ରୁ ୪ ଗୋଟି ପଦୋନ୍ନତି,ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟାଳୟ ସହ କମ୍ପୁଟର ପ୍ରଦାନ, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସଂଶୋଧିତ ଜବ ଚାର୍ଟ ଘୋଷଣା ଇତ୍ୟାଦି ଦାବି ନେଇ ଆଜି ଶେରଗଡ଼ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ, ଗଞ୍ଜାମ ଶାଖା ର ସଭାପତି ଶ୍ରୀ ଅରୁଣ କୁମାର ପ୍ରଧାନ, ମୂରଲୀଧର ପାତ୍ର ଓ ସୁଦର୍ଶିନୀ ପ୍ରଧାନ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି l ପ୍ରକାଶ ଥାଉକି ଗତ ୧୨ ତାରିଖରେ ଗଞ୍ଜାମ ଜ଼ିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ପ୍ରତିବାଦ କରିବା ପାଇଁ ଗଞ୍ଜାମ ସଂଘ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l