ଶେରଗଡ଼ ବ୍ଲକ ରେ ବ୍ୟାପୁଛି ଡାଇରିଆ : ଦୁଇ ମାସରେ ଗଡ଼ିଲାଣି ୧୦ ମୁଣ୍ଡ 

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଆତଙ୍କ ଖେଳାଉଛି ଡାଇରିଆ । ଗୋଟିଏ ପରେ ଗୋଟିଏ ଗାଁ ର ଲୋକେ ହେଉଛନ୍ତି ଆକ୍ରାନ୍ତ । ହେଲେ ସ୍ୱାସ୍ଥ୍ୟ ବିଭାଗ ର ନିଘା ନାହିଁ । ଡାଇରିଆ ବ୍ୟାପିଥିବା ଅନେକ ଗ୍ରାମର ଲୋକେ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା କରୁଥିବା ସମୟରେ ଅନେକ ଗୁଣି ଗାରେଡି ଓ ଝଡା ଫୁଙ୍କା ଉପରେ ବିଶ୍ୱାସ କରୁଥିବା ନଜର ରହିଛି । ହେଲେ ଲୋକଙ୍କୁ ଠିକ ରୂପେ ସଚେତନ କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ରେ ପ୍ରସାସନ ବିଫଳ ଗଞ୍ଜାମ ବିଭିନ୍ନ ବ୍ଲକ ଡ଼ାଇରିଆ ବ୍ୟାପିଥିବା ବେଳେ ଏବେ ଶେରଗଡ଼ ବ୍ଲକ ରେ ଡାଇରିଆ କାୟାବିସ୍ତାର କରିବାରେ ଲାଗିଛି । ବ୍ଳକ ର ତାକରଡ଼ା,କରଡାକଣା, ଢ଼ଉପଦା, ପଟାପାବୁଲି ଆଦି ଗ୍ରାମରେ ବ୍ୟାପିଛି ଡାଇରିଆ । ଏବେ ଗତ ୩୧ ତାରିଖରୁ ବ୍ଲକ ର ବରମୁଣ୍ଡଳୀ ଗ୍ରାମର ହରିଜନ ସାହିରେ ଏହା ବ୍ୟାପିବା ସହ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣକ ଜୀବନ ମଧ୍ୟ ଚାଲି ଯାଇଥିବା ଲୋକେ କହିଛନ୍ତି । ହେଲେ କେଉଁ କାରଣରୁ ଗାଁ ରେ ହଇଜା ବ୍ୟାପିଛି ତାହାର କୌଣସି ସ୍ପଷ୍ଟ ସୂଚନା ସ୍ୱାସ୍ଥ୍ୟ ବିଭାଗ ଦେଉନଥିବା ବେଳେ ଗାଁ ରେ ସପ୍ଲାଇ ପାଣି ଦୁଇ ଦିନକୁ ଥରେ ଆସୁଛି । ଲୋକେ ତେଣୁ ଲୋକେ ନଳକୁପ କି କୂଅ ପୋଖରୀର ପାଣି ବ୍ୟବହାର କରୁଥିବା କହିଛନ୍ତି । ଏପରିକି ଗାଁ ଯେଉଁ ନଳ କୁଅ ରୁ ପାଣି ସଂଗ୍ରହ କରନ୍ତି ସେଠାରେ କୁଡ଼ କୁଡ଼ ଅଳିଆ ଓ ଦୁଷିତ ପାଣି ଜମି ରାହୁଥିଲେ ମଧ୍ୟ ସଫାସୁତରା କରା ଯାଉନଥିବା କହିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା କୁ ଅନୁରୋଧ କରିଛନ୍ତି ଗ୍ରାମ ବାସୀ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ