ଶେରଗଡ଼ ରୁ ତୁରନ୍ତ ପାଣି ନିଷ୍କାସନ ନିମନ୍ତେ ଟାୟାର ଜାଳି ରାସ୍ତା ଅବରୋଧ

ଶେରଗଡ଼, (ଦେବୀ ପ୍ରସାଦ ଦାଶ):ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ଏକର ଜମିରେ ଗତ ଦଶ ଦିନ ୭ ଫୁଟର ପାଣି ଜମି ରହିଛି।ଫଳରେ ଶେରଗଡ଼ ର ବଡ଼ଦାଣ୍ଡ ସାହି, କେଉଟ ସାହି ଓ ପାଟପଲି ଗ୍ରାମର ସାହି ଗୁଡିକର ପଛ ପଟେ ପାଣି ଜମି ରହିଛି।୫୦୦ଏକର ଜମିର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ଏହି ପାଣି ନିଷ୍କାସନ ନିମନ୍ତେ ଶେରଗଡ଼ ଗ୍ରାମବାସୀ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।ସୋମାବାର ଦିନ ଏ ପ୍ରସଙ୍ଗରେ ଲୋକମାନେ ପାଣି ନିଷ୍କାସନ ସଂଧ୍ୟା ସୁଧା ନହେଲେ ଆଜି ରାସ୍ତାରୋକ ଚେତାବନୀ ଦେଇଥିଲେ।ସେହି ଚେତାବନୀ କୁ ଭିତ୍ତି କରି ମଙ୍ଗଳବାର ସକାଳେ ୫୦୦ରୁ ଅଧିକ ଗ୍ରାମବାସୀ ଏକ ଜୁଟ ହୋଇ ଶେରଗଡ଼ ଚାରି ଛକ,ବଜାର ଛକ,ତିନିଛକ ,କାକିଆ ହୋତଲ ଛକରେ ଟାୟର ଜାଳି ରାସ୍ତା କୁ ସଂପୂର୍ଣ୍ଣ ବନ୍ଦ କରିଦେଇ ଥିଲେ ।ଏବଂ ଶେରଗଡ଼ ର ଦୋକାନ ବଜାର ବନ୍ଦ କରିଦେଇ ଥିଲେ ।ଫଳରେ ଚାଲୁଥିବା ଗାଡି ମୋଟର ବନ୍ଦ ରହିଥିଲା। ଉତ୍ୟକ୍ତ ଲୋକଙ୍କ ଦାବି ତୁରନ୍ତ ଶେରଗଡ଼ ରେ ସ୍ଥାୟୀ ନାଳ ନିର୍ମାଣ ହେଉ, ନାଳକୁ ସିଧା ସମାନ ମାପରେ ନିର୍ମାଣ ହେଉ,ନାଳ ନିର୍ମାଣ ସମୟରେ ସାମୁହିକ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଉ।ଏହାପରେ ଖବର ପାଇ ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ,ବିଡ଼ିଓ ସୁରଞ୍ଜନ କୁମାର ସାହୁ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି।ଏ ନେଇ ବିଚାର ବିମର୍ଶ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ