ଶେରଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱାବ ସଂଗ୍ରହ
ଶେରଗଡ,(ବିଭୁ ପ୍ରସାଦ ଦାସ): ଶେରଗଡ ବ୍ଳକର ନୂଆଁପଲ୍ଲି,ଗୁଡିସର ଓ ମହୁପଦର ପଞ୍ଚାୟତ ରେ କରୋନା ପରିକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଛି । ଏହି ସବୁ ଗ୍ରାମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ପହଞ୍ଚି ଜନସାଧାରଣ ଙ୍କୁ ସ୍ୱାବ ପରୀକ୍ଷା ପାଇଁ ଉତ୍ସାହିତ କରି ଥିଲେ । ଏହି ତିନୋଟି ଅଞ୍ଚଳରେ ଶ୍ରୀ ସାହୁ କୋଭିଡ଼୧୯ କେୟାର କମିଟି ବୈଠକ କରିଥିଲେ । କରୋନା ସଂକ୍ରମଣ ହ୍ରାସ ପାଇଁ ଥିଲେ ମଧ୍ୟ ପ୍ରତିଶୋଧକ ଟୀକା ଆସିବା ଯାଏ ଆମକୁ କୋଭିଡ଼୧୯ ନିୟମାବଳୀ ମାନି ଚଳିବାକୁ ପଡିବ ବୋଲି ଉଦବୋଧନ ଦେଇଥିଲେ । ବୈଠକ ରେ ସ୍ଥାନୀୟ କୋଭିଡ଼୧୯ କେୟାର କମିଟିର ସଦସ୍ୟ,ଶିକ୍ଷକ,ଶିକ୍ଷୟିତ୍ରୀ,ଅଙ୍ଗନବାଡି କର୍ମୀ ,ଆଶା,ଲୋକ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଅଞ୍ଚଳ ବାସୀ ଯୋଗଦେଇ ଅଂଶ ଗ୍ରହଣ କରି ଥିଲେ।