ଶେରଗଡ଼ ବ୍ଲକ ରେ ଜିଲ୍ଲାପାଳ ଙ୍କ କୋଭିଡ ସମୀକ୍ଷା

ଶେରଗଡ଼:(ବିଭୁ ପ୍ରସାଦ ଦାସ): ଶେରଗଡ଼ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଆଜି ଶେରଗଡ ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ପରିସର ରେ କୋଭିଡ୧୯ ର ସମୀକ୍ଷା ବୈଠକ କରିଥିଲେ ଜନ ସାଧରଣ ଓ କୋଭିଡ଼ ଯୋଦ୍ଧା ଙ୍କ ପରିଶ୍ରମ ଓ ସହଯୋଗ ଫଳରେ ଆମେ କରୋନା ହରାଇବାରେ ରେ ସକ୍ଷମ ହୋଇ ପାରିଛନ୍ତି ବୋଲି ଉଦବୋଧନ ଦେଇଥିଲେ | ଶେରଗଡ଼ ବ୍ଲକ ର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ଆହ୍ୱାନ କରିଥିଲେ ଏହି ମାସ ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଣୁ ଆମକୁ କୋଭିଡ଼ ନିୟମ ମାନି ଚଳିବା ଓ ଆମ ର ବିଜୟ ସୁନିଶ୍ଚିତ ହେବ ବୋଲି ଜିଲ୍ଲାପାଳ କହିଥିଲେ। ବ୍ଲକ କାଯ୍ୟାଳୟ ଠାରେ ଶୁକ୍ରବାର ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଉପ ଜିଲ୍ଲାପାଳ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ,ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ଉପାଧ୍ୟକ୍ଷ ବିଶ୍ୱନାଥ ସ୍ୱାଇଁ, ତହସିଲଦାର ଡଃ ଦୟାସିନ୍ଧୁ,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା,ସିଡ଼ିପିଓ ଜୟନ୍ତୀ ପାଟ ପିଙ୍ଗୁଆ, ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ସାନୁ ଦେବୀ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ,ଜିଲ୍ଲା ପରିଷଦ ସଭ୍ଯ ପ୍ରମୋଦ କୁମାର ପାତ୍ର,ସମେତ
ଶେରଗଡ଼ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସମସ୍ତ ଜନ ପ୍ରତିନିଧି ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ