ଶେଷଦେବଙ୍କ ନ୍ୟାୟ ଯାତ୍ରା ୧୮ ଦିନରେଖଣ୍ଡପଡ଼ାରେ ପଦଯାତ୍ରୀକୁ ବିପୁଳ ସମ୍ବର୍ଦ୍ଧନା 

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ନେତାଜୀ ଜୟନ୍ତୀରୁ ଓଡ଼ଗାଁ ରଘୁନାଥ ପୀଠରୁ କୃଷକ ସଙ୍ଗଠନର ରାଜନେତା ଶେଷଦେବ ନନ୍ଦ ଆରମ୍ଭ କରିଥିବା ୧୦୦ ଦିନିଆ ପଦଯାତ୍ରା ଆଜି ୧୮ ଦିନରେ ପହଞ୍ôଚଛି । ପଦଯାତ୍ରୀମାନେ ଆଜି  ବେଣାଗାଡ଼ିଆ ଗ୍ରାମରୁ ବାହାରି କାଦୁଆ, ଗୋପୀନାଥପୁର, ବଡ଼ବାଣପୁର, ଭଣାଥାଳିଆ, ରତନପୁର ଗ୍ରାମ ପ୍ରଭୃତି ପରିକ୍ରମା କରି କଣ୍ଟିଲୋର ପାଣୁସାହି ପାଟଣାରେ ଗ୍ରାମସଭା କରି ରାତ୍ରିଯାପନ କରିଛନ୍ତି । ଆଜି ପଦଯାତ୍ରୀମାନଙ୍କୁ ଗୋପୀନାଥପୁର, ବଡ଼ବାଣପୁର ଓ କଣ୍ଟିଲୋର ଚାଷୀ ସମର୍ଥକମାନେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ତାଙ୍କର ସହଯାତ୍ରୀମାନଙ୍କୁ ପୁ୍‌ଷ୍ପମାଲ୍ୟ ଓ ଗୁଚ୍ଛଦେଇ ଏବଂ ଖୋଳ କରତାଳ ବଜାଇ ହୁଳହୁଳି, ହରିବୋଲ ପକାଇ ଗ୍ରାମ ପରିକ୍ରମା କରିଥିଲେ । ସବୁ ଗ୍ରାମରେ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ନନ୍ଦ କହିଥିଲେ ଯେ, ୧୦୦ ଦିନ ୧୫୦୦ କିଲୋମିଟର ଯାତ୍ରା ଓ ୫୦୦ ଗ୍ରାମସଭାର ଉଦ୍ଦେଶ୍ୟ ହେଉଛି ନ୍ୟାୟ ଯାତ୍ରା ମାଧ୍ୟମରେ ସରକାରୀ ଦଳ ଓ ସରକାରୀ କଳ ଚାଷୀଙ୍କ ବିରୋଧରେ ହେଉଥିବା ଷଡଯନ୍ତ୍ର ଓ ଅତ୍ୟାଚାର ବିରୁଦ୍ଧରେ ଚାଷୀକୁଳଙ୍କୁ ଉଷୁକାଇବା । ଚାଷୀ ଏ ଦେଶର ମେରୁଦଣ୍ଡ ହୋଇଥିଲେ ବି ସେ ସବୁବେଳେ ବୈଷମ୍ୟତା ଓ ଉପେକ୍ଷାର ଶିକାର ହୋଇ ଆତ୍ମହତ୍ୟା କରୁଛି । ଏଣେ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ବାବୁମାନଙ୍କର ସପ୍ତମ ବେତନ ଓ ମହଙ୍ଗା ଭତ୍ତା କମୁନାହିଁ । ଦେଶର ଭାଗେ କର୍ମଚାରୀଙ୍କ ଦରମା ଓ ପେନସନ୍ ବୋଝ ଚାଷୀ ବୋହୁଛି । ଚାଷୀ ଉତ୍ପାଦର ଉଚିତ୍ ମୂଲ୍ୟ ବୃଦ୍ଧି ଦାବି କଲା ବେଳକୁ ସରକାର କର୍ଣ୍ଣପାତ କରୁନାହାନ୍ତି । କିନ୍ତୁ ସପ୍ତମ ବେତନ ସୁପାରିଶ୍ ଲାଗୁ ହେଲାବେଳେ ଅର୍ଥନୀତି ବୋଝ ବିଷୟରେ କେହି କଥାବାର୍ତ୍ତା ହେଉନାହାନ୍ତି । ସହରୀ ଲୋକ ନେତା ଅମଲାତନ୍ତ୍ର ଗାଁର ଚଷାମାନଙ୍କୁ  ସହରରେ କ୍ରୀତଦାସ କରାଇବାକୁ ଚାହୁଁଛନ୍ତି । ଏହା ବିରୋଧରେ ଗାଁର ଚାଷୀମାନେ ଦଳମତ ନିର୍ବିଶେଷରେ ଯଦି ବିଦ୍ରୋହର ନିଶାଣ ନ ତୋଳନ୍ତି ତେବେ ଗ୍ରାମ୍ୟ ଅର୍ଥନୀତି ଧ୍ୱଂସ ହୋଇଯିବ । ଗାନ୍ଧିଜୀ କହୁଥିଲେ ଗାଁର ଆତ୍ମା ଭାରତରେ ଅଛି । ଭାରତର ପ୍ରଧାନମନ୍ତ୍ରୀ ଜଣେ ଚାଷୀ ହୁଅନ୍ତୁ । କିନ୍ତୁ କୌଣସି ରାଜନୈତିକ ଦଳ ଏଜେଣ୍ଡାରେ ଚାଷ ଓ ଗାଁ ନାହିଁ । ଏହାରି ବିରୋଧରେ ୧୦୦ ଦିନିଆ ନ୍ୟାୟ ଯାତ୍ରା ଆୟୋଜିତ କରାଯାଇଛି । ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ଦେବୀପ୍ରସାଦ ମହାରଣାଙ୍କ ଚାଷୀ ମୂଲିଆ ଗୀତ ଗାଁ ଗାଁରେ ଚାଷୀଙ୍କୁ ଢେର ଆକୃଷ୍ଟ କରିଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା, ସହ ସଂଯୋଜିକା ମମତା ନାଥ ସରକାରଙ୍କୁ କଠୋର ସମାଲୋଚନା କରି ପ୍ରତି ମଣ୍ଡିରେ ୬ କେଜି ଧାନ କାଟ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲ । ଶ୍ରୀ ଜେନା ଓ ନାଥ କୃଷି ମନ୍ତ୍ରୀଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ ନୟାଗଡ କୃଷିମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାର ୁଏଠାରେ କ୍ୱିଣ୍ଟାଲ ପିଛା ୬ କେଜି ଧାନ କଟାଯାଉଛି । ମନ୍ତ୍ରୀ ଓ ଜିଲ୍ଲାପାଳ ନୀରବ । ଏହି ପଦଯାତ୍ରାରେ ସ୍ଥାୟୀ ପଦଯାତ୍ରୀ ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ନାଥ ମହାରଣା, ଭାଗବତ ପରିଡା, ବାଉରିବନ୍ଧୁ ବେହେରା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ପ୍ରଧାନ, ମଧୁସୁଦନ ରାଉତ, ମାଟିଆ ଗୋଚ୍ଛି, ଅଟଳ ବିହାରୀ ସ୍ୱାଇଁ, ଜମ୍ବେଶ୍ୱର ପ୍ରଧାନ, ଅର୍ଜୁନ ରାଉତ, ଗୌରାଙ୍ଗ ପାତ୍ର, ବିରଞ୍ôଚ ବେହେରା, ଲକ୍ଷ୍ମୀଧର ସ୍ୱାଇଁ, କାଶୀନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ