ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ (ଯୁଗାବ୍ଦ ନ୍ୟୁଜ): ଡେଲାଙ୍ଗ ସ୍ନାତକ ମହାବିଦ୍ୟାଳୟର ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ କଲେଜର ପୂର୍ବତନ ଅଧ୍ୟକ୍ଷ ଅଭୟ ଚରଣ ରାଉତରାୟ, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଅଧ୍ୟାପକ ତ୍ରିନାଥ ପରିଡା, ଅଧ୍ୟାପିକା ଭବାନୀ ପିୟଦର୍ଶନୀ ମହାନ୍ତି, ଅଧ୍ୟାପିକା କବିତା ମିଶ୍ର, ପ୍ରମୋଦିନୀ ମହାପାତ୍ର ଓ ଗଣପ୍ରତିନିଧି ଯାଗ ଦେଇଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ମହାବିଦ୍ୟାଳୟରୁ ଗଲାପରେ ସମୟର ସଦୁପଯୋଗ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ସତ୍ମାଗରେ ଚାଲିଲେ କଷ୍ଟ ହେବ ମାତ୍ର ନିଶ୍ଚୟ ଜୟ ହେବ ବୋଲି ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକ ଡଃ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଯୁଧିଷ୍ଠିର ଘଟୁଆରୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଅଧ୍ୟାପକ ଲକ୍ଷ୍ମୀଧର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ