ଶେଷ ପର୍ଯ୍ୟାୟରେ ଶୀତଳଷଷ୍ଠୀ , ଦୁଲୁକୁଛି ପଶ୍ଚିମ ଓଡିଶା
ସମ୍ବଲପୁର (ଯୁଗାଦ୍ଦ ନ୍ୟୁଜ) ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା । ଗତକାଲି ଦେବଦେବ ମହାଦେବ ବାବା ବାଲୁଙ୍କେଶ୍ୱରଙ୍କ ବିବାହ ମାତା ପାର୍ବତୀଙ୍କ ସହ ସମ୍ପନ୍ନ ହେବାପରେ ମାଙ୍କୁ ବିଦାୟ ଦେଇଛନ୍ତି ତାଙ୍କ ପରିବାର ଲୋକେ । ଆଜି ଦେବ ଦମ୍ପତି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଉପଲକ୍ଷେ ସମ୍ବଲପୁର ସହରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଆଜି ମହାଆଳତୀ ପରେ ମଧ୍ୟରାତ୍ରରେ ନଗର ପରିକ୍ରମାରେ ବାହାରିବେ ଶିବ-ପାର୍ବତୀ । ଆସନ୍ତକାଲି ଭୋର ୫ଟାରେ ପୁଣିଥରେ ମହାଆଳତୀ ହେବ । ଏହାପରେ କାଲି ଦିନ ସାରା ନଗର ପରିକ୍ରମା କରିବେ ଦେବ-ଦମ୍ପତି । ନଗର ପରିକ୍ରମା ସରିବା ପରେ ସନ୍ଧ୍ୟାରେ ମନ୍ଦିରରେ ପହଂଚିବେ ।


