ଶେଷ ହେଲା ମା’କାଳୀଙ୍କ ଦଣ୍ଡ ନାଚ : ପୁଣି ବର୍ଷେ ଅପେକ୍ଷା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ଏହି ପଣା ସଂକ୍ରାନ୍ତି ଦିନ ଅଧିକାଂଶ ସ୍ଥାନରେ ଶେଷ ହୋଉଥିବା ବେଳେ କେତକ ସ୍ଥାନରେ ଗତକାଲି ମାସନ୍ତ ଦିନ ମଧ୍ୟ ଶେଷ ହୋଇସାରିଛି। ବୁଗୁଡା ବ୍ଲକର ଗୋଲିଆ, ଭମାସ୍ୟାଳୀ ପାଣିକେଶ୍ବର, ଚିରିକିପଡା, ମରେଇପଲ୍ଲୀ, ଭାବସର, ଚିଲିଖମା, କାନକୁଟୁରୁ, ଡାକରାବାଡି, ତାଳସାକର, ବକ୍ସିପଲ୍ଲୀ, ପଙ୍କଳବାଡି, ପୋଚାଲୁଣ୍ଡି, ଏ.କରଡ଼ାବାଡ଼ି, ବଣପଲ୍ଲୀ ଓ ବୁଗୁଡା ଏହି ୧୬ ଟି ସ୍ଥାନରେ ସଂକ୍ରାନ୍ତି ମେରୁ ଯାତ୍ରା ଅନୁଷ୍ଠିତ ହୋଇ ଦଣ୍ଡନାଚ ଉଦଯାପିତ ହୋଇଯାଇଛି। ଗତ ରାତ୍ରରୁ ସଂକ୍ରାନ୍ତି ମେରୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସମସ୍ତ ସ୍ଥାନ ଗୁଡିକରେ ସଂକ୍ରାନ୍ତି ଦିନ ମା’କାଳୀ ଙ୍କ ମନ୍ଦିର ସମ୍ମୁଖରେ ମେରୁକୁଣ୍ଡରେ ପାଟଦଣ୍ଡୁଆଙ୍କୁ ଝୁଲାଇ ଝୁଣା ଝାସ ଦେବାପରେ ପଞ୍ଚାମୃତରେ ଗାଧୋଇବା ପରେ ମା’ଙ୍କୁ ମନ୍ଦିର ମଧ୍ୟରେ ପୁଣି ଆସନରୁଢ଼ କରିଥିଲେ। ମେରୁ ଯାତ୍ରା ସ୍ଥାନ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ ଲୋକାରଣ୍ୟରେ ପରିଣତ ହୋଇଥିଲା। ମହାବିଷୁବ ସଂକ୍ରାନ୍ତିର ୧୩ ଦିନ ପୂର୍ବରୁ ବୁଗୁଡା ଅଞ୍ଚଳରେ ଥିବା ୧୬ ଗୋଟି ଦଣ୍ଡନାଚ ଆରମ୍ଭ ହୋଇ ସଂକ୍ରାନ୍ତି ଦିନ ମେରୁ ଯାତ୍ରା ପରେ ସମାପ୍ତି ହୋଇଥିଲା। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଦଣ୍ଡନାଚ ବନ୍ଦ ଥିବା ବେଳେ ଚଳିତ ବର୍ଷ ଜନସାଧାରଣ ଦଣ୍ଡନାଚ ଦେଖିବା ପାଇଁ ସୁଯୋଗ ପାଇଥିଲେ। ମା’ଙ୍କ କରୁଣା ରହିଲେ ପୁଣି ଏକ ବର୍ଷ ଅପେକ୍ଷା ପରେ ଦଣ୍ଡନାଚ ଦେଖିବାକୁ ସୁଯୋଗ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ