ଶୈବପୀଠରୁ ଚୋରି ; ଦାନ ହୁଣ୍ଡି ଓ ରୂପା ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି , (ୱାଇଏନ୍‌ଏସ୍‌) : ଦିଗପହଣ୍ଡି ଥାନା ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ନିଳକଣ୍ଠେଶ୍ୱର ଶୈବପୀଠରୁ ଚୋରି ହୋଇଥିବା ଜଣାପଡିଛି ।ଗତ ସୋମବାର ବିଳମ୍ବିତ ରାତ୍ରୀରେ ମନ୍ଦିରର ମୁଖ୍ୟ କବାଟକୁ କାଟି ଚୋରମାନେ ମନ୍ଦିର ଭିତରକୁ ପ୍‌ପ୍ରବେଶ କରି ଚୋରି କରିଛନ୍ତି ।
ଶିବଲିଙ୍ଗ ମଥାରେ ଥିବା ରୁପାଚନ୍ଦ୍ର,ଦାନହୁଣ୍ଡି,ତମ୍ବାଢାଳ, ପିତଳ ଥାଳି ସବୁ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଶୈବପୀଠ ପୁଜକ ମିନକେତନ ରଣା କହିଛନ୍ତି।ପୂଜକ ଙ୍କ କହିବା ପ୍ରକାରେ ସୋମବାର ରାତ୍ର ୯ ଟା ସମୟରେ ଠାକୁରଙ୍କୁ ପୁଜାଅର୍ଚ୍ଚନା କରି ପହଡ ପକାଇ ଘରକୁ ଚାଲିଯାଇଥିଲେ।ମଙ୍ଗଳବାର ଭୋର ସମୟରେ ପୂଜକ ଜଣକ ପୁଜାପାଇଁ ମନ୍ଦିର ଭିତରକୁ ପଶିଲା ସମୟରେ ମୁଖ୍ୟ ଗେଟ ଖୋଲାଥିବା ଦେଖି ଭୟଭିତ ହୋଇପଡିଥିଲେ।ଘଟଣା ସମ୍ପର୍କରେ ଗାଁଲୋକଙ୍କୁ ଖବରଦେଇଥିଲେ।ଗାଁଲୋକ ଘଟଣା ସମ୍ପର୍କରେ ମନ୍ଦିର ଚତୁପାର୍ଶ ବୁଲିଦେଖିଲା ବେଳକୁ ଦାନହୁଣ୍ଡିଟି ମନ୍ଦିର ବେଢାରେ ଥିବା କୁଅ ପାଖରେ ପଡିଥିବା ଦେଖିଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ