ଶୈବପୀଠରେ ଭାଗଵତ କଥାମୃତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଵିଶ୍ଵେଶ୍ଵର ମହାଦେବଙ୍କ ପୀଠରେ ଭାଗବତ କଥାମୃତ ଅନୁଷ୍ଠିତ ହୋଇଛି।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସବୁ ବର୍ଷ ଭଳି ଚଳିତ ବର୍ଷ ପୀଠରେ ବାର୍ଷିକ ମହାଶିଵ ପୁରାଣ ଆୟୋଜିତ ହୋଇଛି। ସଂକଳ୍ପ କର୍ତ୍ତା ବିଶ୍ଵନାଥ ନାୟକ ଓ ନୀଳିମା ନାୟକ ସ୍ଥାନୀୟ ହନୁମାନ ପୋଖରୀ ଠାରେ ଘଟ ଉତୋଳନ କରିଵା ପରେ ପୁରାଣ ପାଠୋତ୍ସବ ଶୁଭାରମ୍ଭ ହୋଇଥିଲା। ପୂଜକ ଶଙ୍କର୍ଷଣ ତ୍ରିପାଠୀ, ମହେନ୍ଦ୍ର ଦାସ ଓ ବିଜୟ ତ୍ରିପାଠୀ ବୈଦିକ ରୀତିରେ ମହାଦେଵଙ୍କୁ ପୂଜାର୍ଚ୍ଚନା କରିଥିଵା ବେଳେ ଶିବ ପୁରାଣ ପାଠ କରିଥିଲେ। ନବଦିନ ବ୍ୟାପି ଆୟୋଜିତ ହୋଇଥିଵା ଶିବ ପୁରାଣ ପାଠୋତ୍ସବର ଅଷ୍ଟମ ଦିନରେ କଟକ ତୁଳସୀ ଦାସ ଆଶ୍ରମ ନିଵାସୀ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ପୀଠରେ ପହଞ୍ଚି ଭାଗବତ କଥାମୃତ ପ୍ରଦାନ କରିଥିଲେ। ଏଥିରେ ଗ୍ରାମ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ବିଭୁ ଵାଣୀ ଶ୍ରବଣ କରିଥିଲେ। ସେହିଭଳି ପବିତ୍ର ପଞ୍ଚକ ଅବସରରେ ଭଣ୍ଡାରିପୋଖରୀ ପାରାୟଣ ସମେତ ରହଣିଆ ଉତ୍ତରେଶ୍ୱର ମହାଦେବଙ୍କ ପୀଠରେ ବାର୍ଷିକ ଶିବ ପୁରାଣ ପାଠ ଉତ୍ସବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।