ଶୈବପୀଠ ରୁ ଚୋରି ମାମଲା ଅଭିଯୁକ୍ତ ଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ବୁଧବାର ଏକ ଚୋରି ମାମଲାର ଚୁଡାନ୍ତ ଶୁଣାଣି କରି ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗ୍ରାମ ଦକ୍ଷିଣ ସାହି ର ନନ୍ଦ ବ୍ରହ୍ମା ଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ସୁନ୍ଦରଡ଼ା ଗ୍ରାମ ସ୍ଥିତ ଶ୍ରୀ ସୁନ୍ଦରେଶ୍ଵର ଶୈବପୀଠ ରୁ ଗତ ୨୦୨୨ ନଭେମ୍ବର ୨୯ ତାରିଖ ରେ ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ଅଭିଯୁକ୍ତ ନନ୍ଦ ଧରାପଡିଥିଲେ।ମନ୍ଦିର ପୂଜକ ଚନ୍ଦ୍ର ଶେଖର ରଣା ଏନେଇ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଥାନା ମାମଲା ନଂ.୨୯୫/୨୨ ଦଫା – ୪୫୭/୩୮୦ ଆଇ ପି ସି ଅନୁଯାୟୀ ପୋଲିସ ଅଭିଯୁକ୍ତ ଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ଏସ.ଆଇ ଶିଶିର କାନ୍ତ ସାହାଣୀ ମାମଲାର ସବିଶେଷ ତଦନ୍ତ କରି ଅଭିଯୁକ୍ତ ଙ୍କ ବିରୋଧରେ କୋର୍ଟ ରେ ଚାର୍ଜସିଟ ପ୍ରଦାନ କରିଥିଲେ। କୋର୍ଟ ରେ ସମୁଦାୟ ୯ ଜଣ ସାକ୍ଷ୍ୟ ଙ୍କ ବୟାନ କୁ ଆଧାର କରି ଅଭିଯୁକ୍ତ ଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ମାଜିଷ୍ଟ୍ରେଟ ଦଣ୍ଡାଦେଶ ର ଶୁଣାଣି କରିଥିଲେ।ସରକାରଙ୍କ ପକ୍ଷରୁ କ୍ୟାଡ଼ର ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ଏବଂ ଅନ୍ୟତମ ସରକାରୀ ଓକିଲ ମାମଲା ପରିଚାଳନା କରୁଥିଲେ ।ସୂଚନା ଯୋଗ୍ୟ ଏହିକି ଯେ, ଅଭିଯୁକ୍ତ ଜଣକ ପୂର୍ବରୁ ୨ ଟି ଚୋରି ମାମଲା ରେ ସମ୍ପୃକ୍ତ ଥିଲେ।