ଶୈବ ପୀଠରେ କୋଭିଡ କଟକଣା ମଧ୍ୟରେ ଶେଷ ହୋଇଛି ଜାଗର ଯାତ୍ରା

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଳକରେ ରହିଥିବା ବିଭିନ୍ନ ଶୈବପୀଠରେ ମହାସମାରୋହରେ କୋଭିଡ କଟକଣା ମଧ୍ୟରେ ଚାଲିଛି ଜାଗର ଯାତ୍ରା । ସ୍ଥାନୀୟ ନୀଳକଣ୍ଠେଶ୍ୱର ଶୈବ ପୀଠରେ କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳିତ ହେଉଛି । ପାରମ୍ପରିକ ରୀତିରେ ପୂଜକଙ୍କ ଦ୍ୱାରା ସକାଳ ଧୂପ, ଦୀପ, ଆଳତି କାର୍ଯ୍ୟକ୍ରମ କରାଯିବା ପରେ ଶ୍ରଦ୍ଧାଳୁମାନେ ଭକ୍ତିର ସହ ଧାଡିରେ ଆସି ଘିଅ ଦୀପ ମହାଦେଵଙ୍କ ଉଦ୍ଦେଶ୍ୟରେ ଜାଳି ଦର୍ଶନ କରି କୃପା ଲାଭ କରିଥିଲେ । କୋଭିଡ ନିୟମ ମାନି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ସ୍ଵାମୀ ଭଜନ ସମାରୋହ ଅନୁଷ୍ଠିତ ହେଇଥିବା ବେଳେ ରାତ୍ର ୧୨ ଘଟିକାରେ ମହାଦୀପ ମନ୍ଦିର ଚୁଡାକୁ ଉଠିଥିଲା । ସେହିପରି ଲୁହାଗୁଡି, ଚାନ୍ଦିପୁଟ , ଚନ୍ଦ୍ରଗିରି, ଅଡବା, ବିରିକୋଟ, ଅନ୍ତରବା, ମେରାପଲ୍ଲୀ ଆଦି ଗ୍ରାମରେ ରହିଥିବା ଶୈବପୀଠ ଗୁଡିକରେ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା । କିଛି ସ୍ଥାନ ରେ ଭକ୍ତ ଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ମଧ୍ୟ କରା ଯାଇଥିଲା ନାମ ସଂକୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ