ଶୈବ ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସହରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବିଶେଶ୍ୱର ମନ୍ଦିର ପରିସରରେ ପବିତ୍ର ଶ୍ରାବଣ ପୂର୍ଣ୍ଣମା ତଥା ରକ୍ଷା ବନ୍ଧନ ଓ ସ୍ୱାଧୀନତା ଦିବସ ଅବସରରେ କାଉଡିଆ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହ÷ି କାର୍ଯ୍ୟକ୍ରମରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ଓ ବିଶେଶ୍ୱର ମନ୍ଦିର ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ମନ୍ଦିର ବେଢା ଭିତରେ ବେଲ, ଗଙ୍ଗ ଶିଉଳି, ପଣସ, ବଉଳ ଆଦି ବୃକ୍ଷ ରୋପଣ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ପି.ଗଣେଷ ରେଡ୍ଡୀ ଏବଂ ପୂର୍ବତନ କାଉନସିଲର ବି.ରାଜୁବାବୁଙ୍କ ସମେତ ରାଜେଶ ରେଡ୍ଡୀ,ଜଗଦୀଶ ରେଡ୍ଡୀ, ବୁଲୁ ବେହେରା, ଡମ୍ବୁରୁ ରେଡ୍ଡୀ, ଉମାକାନ୍ତ ବେହେରା, ରାମଚନ୍ଦ୍ର ପଢିହାରୀ, ରଜତ ଖାଡଙ୍ଗା, ପିକି ରେଡ୍ଡୀ ପ୍ରମୁଖ ବୃକ୍ଷ ରୋପଣ କରି ବୃକ୍ଷର ଯତ୍ନ ନେବା ପାଇଁ ଶପଥ ନେଇଥିଲେ । ଆଗାମୀ ଦିନରେ ମନ୍ଦିର ନିକଟ ପୋଖରୀ ହୁଡା ଓ ସ୍ମଶାନ ଆଦି ସ୍ଥାନରେ ବୃକ୍ଷ ରୋପଣ ପାଇ ସ୍ଥିର ହୋଇଛି । ଶେଷରେ କ୍ୟୁୟର୍ସ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ