ଶୈଳବାଳା ଫାଉଣ୍ଡେସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶୈଳାବାଳା ଫାଉଣ୍ଡେସନ ପକ୍ଷରୁ ଏ ଅଞ୍ଚଳର ସମସ୍ତ ସାମାଜିକ ସଂଗଠନ ଗୁଡିକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି । ଏଥିପାଇଁ ଆଜି ଏ ଅଞ୍ଚଳର ଆଠଗୋଟି ସାମାଜିକ ସଂଗଠନକୁ ନେଇ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ ଅଆୟୋଜନ କରାଯାଇଥିଲା । ଏଥିରେ ଶୈଳବାଳା ଫାଉଣ୍ଡେସନ, ମହାବୀର ସଂଗଠନ ଆନନ୍ଦପୁର, ସପୋଟିଭ ହ୍ୟଞାଣ୍ଡ ମୁଗୁପୁର, ମାନବସେବା ସଂଗଠନ ଭଦ୍ରକ, ହେଲ୍ପ ଦି ହ୍ୟୁମାନିଟ୍ ଟ୍ରଷ୍ଟ, ଐଶ୍ୱରୀୟ ସୋସିଆଲ ଡେଭଲପମେଣ୍ଟ, ମା ତାରିଣୀ ସେବା ସଂସ୍ଥା, ସାହାଯ୍ୟ ସେବା ଟ୍ରଷ୍ଟ ଗୁଡିକ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବନେତା ଅଭିମନ୍ୟୁ ସେଠୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚରେ ମା ତାରିଣୀ ସେବା ସଂସ୍ଥା ଶୈଳାବାଳା ଫାଉଣ୍ଡେସନକୁ ୪ରନରେ ହରାଇ ଚମ୍ପିୟନ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ମା ତାରିଣୀ ସେବା ସଂସ୍ଥା ନିର୍ଦ୍ଧାରିତ ୬ଓଭରରେ ୮୦ରନ ସଂଗ୍ରହ କରିଥିବାବେଳେ ଶୈଳବାଳା ଫାଉଣ୍ଡେସନ ୭୬ରନ କରିବାକୁ ସମର୍ଥ ହୋଇଥିଲା । ବଳରାମ ରାଉତ ଓ କାତ୍ତିକେଶ୍ୱର ମଲ୍ଲିକ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନୀୟ ଅତିଥି ଭାବେ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସସ୍ମିତା ମହାପାତ୍ର ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ଶଶାଙ୍କ ଶେଖର ସେନାପତି, ଅଜୟ ନାୟକ, ସୁକୁମାର ନାୟକ, ଶ୍ରୀମନ୍ତ ନାୟକ, ସରୋଜ ନାୟକ, ବାପୁଜୀ ସୁଆର, ଲିପୁନ ପଣ୍ଡା, ଦିପୁନ ସୁଆର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ