ଶୋଇଥିବା ଅବସ୍ଥାରେ ଘରର କାନ୍ଥ ପଡି ଛାତ୍ରୀ ଗୁରୁତ୍ୱର ଆହାତ

ଘଟଗାଁ-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମେଲାଣ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଶୋଇଥିବା ଅବସ୍ଥାରେ ଘରର କାନ୍ଥ ପଡି ଅଷ୍ଟମ ଶ୍ରେଣୀ ବାଳିକାଙ୍କ ଗୁରୁତ୍ୱର ଆହାତ ହୋଇଛି । ଗୁରୁତ୍ୱର ଆହାତ ହୋଇଥିବା ବାଳିକା ଜଣଙ୍କ ହେଲେ ମେଲାଣ ଗ୍ରାମର ନିପା ମାଙ୍କଡିଆଙ୍କର ୧୨ ବର୍ଷର ଝିଅ ସୁକୁରୀ ମାଙ୍କାଡିଆ । ଖବର ଅନୁସାରେ ସୁକୁରୀ ସବୁ ଦିନ ଭଳି ଗତକାଲି ରାତିରେ ମଧ୍ୟ ନି ପରିବାର ବାପା ମାଆ ଭାଇ ଏବଂ ଭଉଣି ମାନଙ୍କ ସହିର ଖାଇସାରି ନିଜ ଭାଇ ଭଉଣି ମାନଙ୍କ ସହିତ ଉକ୍ତ ଘରେ ଶୋଇଥିଲେ । ରାତି ପାଖାପାଖୀ ୧.୩୦ ସମୟରେ ଅଚାନକ ଭାବେ ଶୋଇଥିବା ଘରର କାନ୍ଥ ପିଲାମାନଙ୍କ ଉପରେ ପଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି କରାଯାଇଛି । ନିପା ମାଙ୍କଡିଆଙ୍କର ଅନ୍ୟ ପିଲାମାନଙ୍କର ବିଶେଷ କିଛି ହୋଇନଥିବା ବେଳେ ବଡଝିଅ ସୁକୁରୀ ମାଙ୍କାଡିଆଙ୍କ ମୁଣ୍ଡରେ ଜୋର୍ରେ ଆହତ ହୋଇଛି । ବର୍ତମାନ ସୁକୁରି ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ