ଶୋଚନୀୟ ଅବସ୍ଥାରେ ରାଜେନ୍ଦ୍ରପୁର ଗ୍ରାମ୍ୟ ରାସ୍ତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ଗ୍ରାମ ୧ନଂ ୱାର୍ଡ ଅନ୍ତର୍ଭୁକ୍ତ ସାହାରାଗଡିଆକୁ ଯାଇଥିବା ଗ୍ରାମ୍ୟ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କୁଲଣା-ମଞ୍ଜୁରୀରୋଡ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତା ଠାରୁ ସାହାରାଗଡିଆ ସାହିକୁ ଯାଇଥିବା ଗ୍ରାମ୍ୟ ରାସ୍ତାଟି ପ୍ରାୟ ୧୦୦ମିଟର ଏବେ ଯାତାୟତ ଅନୁପଯୋଗୀ ହୋଇପଡିଲାଣି । ଖରାଦିନେ ଯଥେକେଷ୍ଟେ ଏଥିରେ ଲୋକମାନେ ଯାତାୟତ କରୁଥିବାବେଳେ ଅସରାଏ ବର୍ଷା ହେଲେ ସାହିବାସୀଙ୍କ ଦୁଃଖ ବଢିଯାଏ । ରାସ୍ତାର ମଧ୍ୟ ସ୍ଥଳୀରେ ଯଦିଓ ପଞ୍ଚାୟତ ପକ୍ଷରୁ କେଇ ମିଟର କଂକ୍ରିଟ କରଣ ହୋଇଛି ତାହା ଏବେ ଭଗ୍ନ ଅବସ୍ଥାକୁ ଆସିଗଲାଣି । ଏପଟେ ରାସ୍ତା ଆରମ୍ଭରୁ ଜରାଜୀର୍ଣ୍ଣ ଅବସ୍ଥା ଥିବାବେଳେ ଗାଁରେ ସୁବିଧା ଅସୁବିଧା ହେଲେ ଗାଡିଘୋଡାଟ ତ ଦୂରର କଥା ପାଦରେ ଚାଲିଯିବା କଷ୍ଟକର ହୋଇପଡୁଛି । ଯାତାୟତର ସୁବିଧା ପାଇଁ ସରକାର ପଞ୍ଚାୟତ ଗୁଡିକୁ କୋଟିକୋଟି ଟଙ୍କା ଅନୁଦାନ ଦେଉଥିଲେ ସୁଦ୍ଧା ବ୍ୟବସ୍ଥାଗତ ଦୂରଦୃଷ୍ଟି ଅଭାବରୁ ପ୍ରକୃତ କାର୍ଯ୍ୟ ହୋଇପାରୁନଥିବା ଜଣାପଡିଛି । ଯେଉଁଥି ପାଇଁ ସାହାରାଗଡିଆ ଭଳି ଅନେକ ଗ୍ରାମବାସୀ ଯାତାୟତ ଜନିତ ସମସ୍ୟାରେ ପେଶି ହେଉଛନ୍ତି । ରାସ୍ତାକୁ ମରାମତି କିମ୍ବା କଂକ୍ରିଟ ନିର୍ମାଣ ପାଇଁ ଗ୍ରାମବାସୀମାନେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଉଥିଲେ ସୁଦ୍ଧା କେହି ଏହାକୁ କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ଏହା ଉପରେ ବିଡିଓ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ମରାମତି କରିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ