ଶୋଚନୀୟ ସୁଏଲପୁର ରାସ୍ତାକୁ ନେଇ ବଢ଼ୁଛିି ଜନ ଅସନ୍ତୋଷ ୭ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ପାଇଁ ସଦର ବିଜେପିର ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) : ଦୀର୍ଘ ଦିନ ଧରି ଟାଉନ ହଲ ଛକଠାରୁ ମଣ୍ଡଳ ବଜାର ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ‘ସୁଏଲପୁର ରାସ୍ତା’ର ଶୋଚନୀୟ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସଦର ବିଜେପି ନେତା ତଥା ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ ଦତ୍ତ । ସ୍ଥାନୀୟ ବାସିନ୍ଦାଙ୍କ ସମେତ ଶ୍ରୀ ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପିର ଏକ ପ୍ରତିନିଧି ଦଳ ଚାଲି ଜାଲି ଯାଇ ଟାଉନହଲ ଛକଠାରୁ ମଣ୍ଡଳବଜାର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିଥିଲେ । ପରେ ରାସ୍ତା ଉଭୟ ପାଶ୍ୱର୍ରେ ବସବାସ କରୁଥିବା ପ୍ରାୟ ୨୦୦ ପରିବାର ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପ-ଜିଲ୍ଲାପାଳ ତଥା ପୌର ନିର୍ବାହ ଅଧିକାରୀ ଆଶିଷ ଈଶ୍ୱର ପାଟିଲଙ୍କୁ ପ୍ରଦାନ କରାଯାଇଥିଲା । ତୁରନ୍ତ ଏହି ରାସ୍ତାର ନବୀକରଣ କାର୍ଯ୍ୟ ଆରମ୍ଭ କରିବା ସମ୍ପର୍କରେ ଶ୍ରୀ ଦତ୍ତ ଉପ-ଜିଲାପାଳ ଶ୍ରୀ ପାଟିଲଙ୍କ ସହ ଆଲୋଚନା କରିଥିଲେ । ରାସ୍ତା କାର୍ଯ୍ୟ ଆରମ୍ଭ ନ ହେଲେ ବଢ଼ୁଥିବା ଜନ ଅସନ୍ତୋଷ ଆଗାମୀ ୭ ଦିନ ପରେ ବିସ୍ଫୋରକ ସ୍ଥିତିରେ ପହଞ୍ଚିବ ବୋଲି ଶ୍ରୀ ଦତ୍ତ ଉପ-ଜିଲାପାଳଙ୍କୁ କହିଥିଲେ । ଉପ-ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ସୁଜିତ ଦେବ, ଗୌରାଙ୍ଗ ଦାସ, ରବିନାରାୟଣ ମହାପାତ୍ର, ଲୋକନାଥ ଭୂୟାଁ, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ବିଜୟ ପାଣିଗ୍ରାହୀ, ଅଶୋକ ଦାସ, ସୁଶାନ୍ତ ବର୍ଦ୍ଧନ, ପଦ୍ମଲୋଚନ ବାରିକ ପ୍ରମୁଖ ବିଜେପି କର୍ମକର୍ତ୍ତାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ