ଶୋଭାଯାତ୍ରା ବିନା ଉତ୍ସାହଉଦ୍ଦୀପନାର ସହିତ ନାମାଙ୍କନ ପତ୍ର ଦାଖଲ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଚତୁର୍ଥ ଦିନରେ ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀ ମାନଙ୍କର ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ବାଇକ ରାଲି ଓ ଶୋଭାଯାତ୍ରା ବିନା ବିଭିନ୍ନ ପଞ୍ଚାୟତର ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖାଯାଇଛି । ଚର୍ଚ୍ଚିତ ବୟାବନାପୁର ପଂଚାୟତ ପାଇଁ ସମିତିସଭ୍ୟ ପ୍ରାର୍ଥୀ ଭାବେ ବିଧାୟକଙ୍କ ପୁତ୍ର ତଥା ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ ଆଜି ସମିତିସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୁରିଗାଁ ପଂଚାୟତ ପାଇଁ ଅନିତା ବଳ, ଝୁଟୁଣା ପାଇଁ ଦିପୁ ରଞ୍ଜନ ରାଉତ, ନେରଡ଼ା ପାଇଁ ରାଜେଶ କୁମାର ଜେନା, ବାଲିପୋଖରୀ ପାଇଁ ସ୍ନେହଲତା ମହାପାତ୍ର, ରାଜେନ୍ଦ୍ରପୁର ପଂଚାୟତ ପାଇଁ ପ୍ରମିଳା ସେଠୀ, ସାନଶାସନ ପଂଚାୟତ ପାଇଁ ସନ୍ତୋଷ କୁମାର ମହାପାତ୍ର, ମାଳଦା ପାଇଁ ସୁଲୋଚନା ସାମଲ, କନକ ଖିଲାର, ନାଆମୀ ପଞ୍ଚାୟତ ପାଇଁ ଆଜି ପ୍ରଦୀପ କୁମାର ପାଢୀଙ୍କୁ ମିଶାଇ ମୋଟ ୩୪ଜଣ ସମିତି ସଭ୍ୟ ସଭ୍ୟା ଭାବେ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ପ୍ରାର୍ଥୀ ପାଇଁ ଝୁଟୁଣା ପଞ୍ଚାୟତର ବାସନ୍ତୀ ଜେନା, କୁରିଗାଁର ସାଧନାଞ୍ଜଳି ମହାପାତ୍ର, ନାଆମୀର ବୈଦେହୀ ଜେନା, ବୟାବନାପୁରର ମିନତୀ ସାହୁ, ଜଳମଣ୍ଡୁଆର ତନୀମା ରାଉତ, ସାନଶାସନର ପାର୍ବତୀ ସାହୁ, ନାଆମୀର ସସ୍ମିତା ସେଠୀ, ରଣଜିତର କ୍ରିଷ୍ଣା ମହାନ୍ତିଙ୍କୁ ମିଶାଇ ୨୯ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଆଜି ୱାର୍ଡ ସଭ୍ୟ ସଭ୍ୟା ପାଇଁ ଆଜି ୨୧୪ଜଣ ନାମାଙ୍କନ ପତ୍ର ଭରିଥିବା ଜଣାପଡିଛି । ବିଡ଼ିଓ ଦେବଦତ୍ତ ଦାସଙ୍କ ସମେତ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ, ହିସାବ ରକ୍ଷକ ଗିରିଜା ଶଙ୍କର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ରାଉତ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟର ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ