ଶୋଭାଯାତ୍ରା ବେଳେ ମାଡପିଟ ଘଟଣାରେ : ୩ ଅଟକ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ତଥା ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ବିବାହ ଶୋଭାଯାତ୍ରା ବେଳେ ପୂର୍ବ ଶତୃତାକୁ ନେଇ ହୋଇଥିବା ୨ଗୋଷ୍ଠୀ ମଧ୍ୟରେ ସଂଘଷ ଘଟଣାରେ ଥାନାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ପୃଥକ ୨ଟି ମାମଲା ରୁଜୁ ହୋଇଛି । ରବିବାର ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ । । ପ୍ରକାଶ ଥାଉକି, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ ଟା ବେଳେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ତଥା ହିଂଜିଳି ଥାନା ଆଡ଼ପଡ଼ାରେ ବାହାଘର ଶେଭାଯାତ୍ରା ଚାଲିଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା ।ଉକ୍ତ ସଂଘର୍ଷରେ ୧୨ ଜଣ ଆହାତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ନିମନ୍ତେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସା ପାଇଁ ଆସିଥିବା ୨ ଗୋଷ୍ଠୀର ସଦସ୍ୟ ଡ଼ାକ୍ତରଖାନା ପରିସରରେ ମୁହାଁମୁିଂଁ ହେବା ପରେ ଘଟଣଶ ଉଗ୍ରରୁପ ଧାରଣ କରିଥିଲା । ଘଟିଥିବା ଗୋଷ୍ଠୀ ସଂଘର୍ଷରେ ୫ ଗୁରୁତର ଓ ୭ ଆହତ ହୋଇଥିଲେ । ଗୁରୁତର ଆହତ ୫ଜଣଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଥିଲା । ଶନିବାର ଆହତ ଶିବ ପ୍ରଧାନଙ୍କ ଅଭିଯୋଗ କ୍ରମେ ନଂ-୧୧୩/୧୯ ମାମଲା ହୋଇଥିବା ବେଳେ ରବିବାର ଅପର ଗୋଷ୍ଠୀର ରଂଜନ ଭୋଳଙ୍କ ଏତଲା କ୍ରମେ ୧୧୪/୧୯ରେ ମାମଲା ହୋଇଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଲାଗି ରହିଛି । ଗୁରୁତର ଆହତ ଲକ୍ଷ୍ମୀ ଭୋଳ, ପୁଅ ରଂଜନ ସହିତ ରବିବାର ହିଂଜିଳି ଥାନାକୁ ଏତଲା ଦେଇ ଫେରିବା ବାଟରେ ବାଇକରୁ ପଡ଼ି ମୃତ୍ୟୁ ପରେ ଗ୍ରାମରେ ଘଟଣାକୁ ନେଇ ଉତେଜନା ଲାଗି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ