ଶୋଭାରାମପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ
ବାଲେଶ୍ୱର,: ବହୁ ପ୍ରତିକ୍ଷିତ ଶୋଭାରାମପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରୁ ନିର୍ମିତ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗମାନ ଖୋଲାଯାଇଛି ଯାହା ଫଳରେ ଶୋଭାରାମପୁର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ବହୁ ସୁବିଧା ପାଇବେ । ବିଧାୟକ ଶ୍ରୀ ଦତ୍ତ କହିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ଯତ୍ନଶୀ, ତେଣୁ ସାଧାରଣ ଲୋକଙ୍କ ପାଇଁ ଦେଶରେ ‘ଆୟୁଷ୍ମାନ ଯୋଜନା ‘ ଲାଗୁ କଲେ । ରାଜ୍ୟ ସରକାରଙ୍କ ହୀନ ରାଜନୀତି ପାଇଁ ରାଜ୍ୟରେ ଗରିବ ଲୋକମାନେ ଉକ୍ତ ଜନ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବାଲେଶ୍ୱରରେ ମେଡିକାଲ କଲେଜ ସ୍ଥାପିତ ହେଲା, ଏମ୍ସରେ ସାଟେଲାଇଟ ସେଣ୍ଟର ଖୋଲାଗଲା ମାତ୍ର ରାଜ୍ୟ ସରକାର ଡାକ୍ତର ଯୋଗାଇବାରେ ଅସମର୍ଥ । ରାଜ୍ୟ ସରକାର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନାହିଁ । ଅତି ଶୀଘ୍ର ବାଲେଶ୍ୱରଠାରେ ‘ଆୟୁଷ ହସ୍ପିଟାଲ’ ମଧ୍ୟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ସଦର ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ଡ଼ଃ ଅନିଲ କୁମାର ସ୍ୱାଇଁ, ଫାରମାସିଟ ରଘୁନାଥ ନାୟକ, ସ୍ଟାଫ ନର୍ସ ଉପସ୍ମିତା ଦାସ, ହିସାବରକ୍ଷକ ଭାବେ ସୁଭେନ୍ଦୁ ସାହୁ ଏବଂ ତପନ ନାୟକ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଅଛନ୍ତି । ଏହି ସମାରୋହରେ ସୀତାକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, କୈଳାସ ବିହାରୀ ଦାସ, ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, କୌଶିକ ଚାନ୍ଦ, ଧୀରଜ ମହାନ୍ତି, ପିଙ୍କି ପ୍ରଧାନ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ଅଜିତ ମିଶ୍ର, ଗୌରାଙ୍ଗ ଦାସ, ସେଖ ସାବିତ, ଅରୁପ ଜେନା ସହିତ ବହୁ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ ।