“ଶୋଲେ’ର “କାଲିଆ’ ବିଜୁ ଖୋଟେଙ୍କ ଦେହାନ୍ତ
ସୋମବାର ଦିନ ୭୭ ବର୍ଷ ବୟସରେ ହିନ୍ଦୀ ଚଳଚ୍ଚିତ୍ର “ଶୋଲେ’ରେ “କାଲିଆ’ ଭୂମିକାରେ ଅଭିନୟ କରିଥିବା ବର୍ଷିୟାନ ବଲିଉଡ୍ ଅଭିନେତା ବିଜୁ ଖୋଟେ ପରଲୋକ ଗମନ କରିଛନ୍ତି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବିଜୁ ମୁମ୍ବାଇସ୍ଥିତ ତାଙ୍କ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୩୦୦ରୁ ଅଧିକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ବିଜୁ ୧୯୬୪ ମସିହାରୁ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରି ଆସୁଥିଲେ । “ଶୋଲେ’ ଛଡ଼ା “ଅନ୍ଦାଜ୍ ଅପନା ଅପନା’ରେ ରବର୍ଟ ଭୂମିକା ପାଇଁ ମଧ୍ୟରେ ସ୍ମରଣୀୟ ହୋଇ ରହିବେ । ଅଭିନେତା ଶୁଭା ଖୋଟେ ଏବଂ ଦୁର୍ଗା ଖୋଟେଙ୍କର ସେ ସମ୍ପର୍କୀୟ । ଭାରତୀୟ ସିନେମାରେ “କାଲିଆ’ ଚରିତ୍ରକୁ ସ୍ମରଣୀୟ ଓ ଅମର କରିଥିବା ବିଜୁ ରମେଶ ସିପ୍ପୀଙ୍କ “ଶୋଲେ’ରେ ମାତ୍ର ଦୁଇଟି ସିନ୍ ଥିଲା । ତାଙ୍କ ଅଭିନୀତ ଚରିତ୍ରର ଜନପ୍ରିୟତା ସମ୍ବନ୍ଧରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ୨୦୧୫ରେ ବିଜୁ କହିଥିଲେ ଦର୍ଶକଙ୍କ ଠାରୁ ମିଳୁଥିବା ଆଦରକୁ ସେ ସୁଖ ପାଆନ୍ତି । ତାଙ୍କ ଭାଷାରେ: ଏହା ଚଳଚ୍ଚିତ୍ରର ବିପୁଳ ଜନପ୍ରିୟତାକୁ ଆଉ ଲୋକେ “କାଲିଆ’ ଚରିତ୍ରକୁ ପସନ୍ଦ କରିଥିବା କଥା ଉଲ୍ଲେଖ କରେ । ରିଲିଜ୍ ହେଲା ରେଡିଓ ଚକଲେଟ୍ ୧୦୪ ଏଫ୍ଏମର ଦୁର୍ଗାପୂଜା ଗୀତ “ଦୁଲୁକୁଛି ପୂଜା ବଜାର’
ଶାରଦୀୟ ପାର୍ବଣରେ ମାଆ ଦୁର୍ଗାଙ୍କ ଆଗମନରେ ଘରେ, ବାହାରେ, ଗାଆଁରେ, ସହରରେ ସବୁଆଡେ ଆନନ୍ଦ ଖେଳିବାକୁ ଲାଗିଲାଣି । ଏହି ଶୁଭ ଅବସରରେ ରେଡିଓ ଚକଲେଟ୍ ୧୦୪ ଏଫ୍ .ଏମ୍. ତାର ଅଗଣିତ ଶ୍ରୋତାମାନଙ୍କ ପାଇଁ ପ୍ରସ୍ତୁତ କରିଛି ଏକ ଦୁର୍ଗାପୂଜା ଗୀତ “ଦୁଲୁକୁଛି ପୂଜା ବଜାର’, ଯାହାକି ଗତକାଲି ରିଲିଜ୍ ହୋଇଯାଇଛି ।
ଏହି ଗୀତଟିକୁ ଲେଖିଛନ୍ତି ଗୁରୁ ଶତପଥୀ ଏବଂ ସଙ୍ଗୀତରେ ସଜେଇଛନ୍ତି ସୌମିତ୍ରି ପଲାଇ । ଓଡ଼ିଶାର ନାଆଁକରା କଣ୍ଠଶିଳ୍ପୀ ସଂଗ୍ରାମ ମହାନ୍ତି ଓ ବର୍ଣ୍ଣାଳୀ ହୋତା ଗୀତଟିରେ କଣ୍ଠଦାନ କରିଛନ୍ତି । ଗୀତର ପ୍ରୋଗ୍ରାମିଂ ଜଗନ୍ନାଥ କରିଥିବା ବେଳେ ରେକଡିଂ ତଥା ମିକ୍ସିଂ କରିଛନ୍ତି ସାଉଣ୍ଡ ଇଞ୍ଜିନିୟର ସ୍ମୃତି ରଂଜନ । ଏହି ଦୁର୍ଗାପୂଜା ଗୀତର ଷ୍ଟୁଡିଓ ଭର୍ସନ୍ ଭିଡିଓରେ କ୍ୟାମେରା ଦାୟିତ୍ୱରେ ଅଛନ୍ତି ଅରୁଣ ମହାକୁଡ୍, ଗ୍ରାଫିକ୍ସ,ଏଡିଟିଂରେ ଅରୁଣ ଦାସ ଏବଂ ପୋଷ୍ଟର ଡିଜାଇନରେ ହାଡୁ କିଶୋର ଅଛନ୍ତି । ଗୀତଟିର ଭିଡିଓ ରେଡିଓ ଚକଲେଟ୍ ୟୁ ଟ୍ୟୁବ୍ ଚ୍ୟାନେଲରେ ଏବଂ ନନ୍ଦିଘୋଷ ୟୁ ଟ୍ୟୁବ୍ ଚ୍ୟାନେଲ୍ ରିଲିଜ୍ ହୋଇଛି ।


