ଶୋ’ସାରି ସିଧା ହସ୍ପିପିଟାଲରେ ଭର୍ତ୍ତି ହେଲେ ସୋନୁ ନିଗମ
ମୁମ୍ବାଇ: ହସ୍ପିଟିଲାରେ ଭର୍ତ୍ତି ହେଲେ ବଲିଉଡ୍ ଲୋକପ୍ରିୟ ଗାୟକ ସୋନୁ ନିଗମ | ତାଙ୍କର ଅବସ୍ଥା ବର୍ତ୍ତମାନ ଗୁରୁତ୍ବର ଥିବା ଜଣାପଡିଛି | ସୂଚନାରୁପ୍ରକାଶ, କୋରାପୁଟ ଜୟପୁରରେ ଏକ ଶୋ’ସାରି ମୁମ୍ବାଇ ଫେରିବା ପରେ ସିଧା ହସ୍ପିପିଟାଲରେ ଆଡମିନ ହୋଇଥିବା ଜଣାପଡିଛି । ସୋନୁଙ୍କ ସ୍କିନ୍ରେ ଆଲର୍ଜି ଦେଖାଦେବାକୁ ତାଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ତେବେ ସେଠାରେ ଆଇସିୟୁରେ ଦୁଇଦିନ ରହି ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନିଜର ସ୍ୱାସ୍ଥ୍ୟବସ୍ତାକୁ ନେଇ ସୋନୁ ସୋଶାଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଫଟୋରେ ତାଙ୍କର ବାମ ଆଖି ଫୁଲି ଯିବା ସହ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଫଟୋରେ ସେ ହସ୍ପିଟାଲ୍ ବେଡ୍ରେ ଅକ୍ସିଜେନ୍ ମାସ୍କ ଲଗାଇ ଶୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି ।
ସୋନୁ ଏହି ଫଟୋ ସେୟାର କରି କ୍ୟାପ୍ସନ୍ରେ ଲେଖିଛନ୍ତି,ମୋ ପ୍ରତି ସମସ୍ତଙ୍କ ଭଲ ପାଇବା ଏବଂ ଚିନ୍ତା ପାଇଁ ମୁଁ ଧନ୍ୟବାଦ ଜଣାଉଛି । ୨ ଦିନ ତଳେ କୋରାପୁଟର ଜୟପୁରରୁ ଏକ କନ୍ସର୍ଟ ସାରି ଫେରିବା ପରେ ମୋର ଏମିତି ଅବସ୍ଥା ହୋଇଥିଲା ବୋଲି ସେ ଲେଖିଛନ୍ତି । ଏଥିରେ ସୋନୁ ନିଗମ ସମସ୍ତଙ୍କୁ ଏକ ପରାମର୍ଶ ଦେଇଛନ୍ତି । ସେ ଲେଖିଛନ୍ତି ଯେ,ଏହା ଆମ ସମସ୍ତଙ୍କ ପାଇଁ ଗୋଟେ ଶିକ୍ଷା । ଆଲର୍ଜିକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ସି-ଫୁଡ୍ ଖାଇବା ଯୋଗୁଁ ସୋନୁଙ୍କର ଏମିତି ଅବସ୍ଥା ହୋଇଥିବା ସୂଚନା ମିଳିଛି ।