ଶୌଚାଳୟଗୁଡ଼ିକରେ ଆଉ ଆଦାୟ ହେବନି ୟୁଜର୍ସ ଫି’

ଭୁବନେଶ୍ୱର: ରାଜ୍ୟରେ ସହରାଞ୍ଚଳରେ ଥିବା ସାର୍ବଜନୀନ ଶୌଚାଳୟ ଓ ଗୋଷ୍ଠୀ ଶୌଚାଳୟଗୁଡ଼ିକରେ ଆଉ ୟୁଜର୍ସ ଫି’ ଆଦାୟ ହେବନି । ଲୋକମାନେ ମାଗଣାରେ ଏହି ସେବା ପାଇପାରିବେ । ଟଙ୍କା କାରବାରରେ ସଂକ୍ରମଣର ଆଶଙ୍କା ଥିବାରୁ ନଗର ଉନ୍ନୟନ ବିଭାଗ ଏମିତି ନିଷ୍ପତ୍ତି ନେଇଛି । ଆଜି ବିଭାଗ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ପୌରସଂସ୍ଥାକୁ ଜଣାଇ ଦିଆଯାଇଛି ।
ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ସହରାଞ୍ଚଳ ଗୁଡ଼ିକରେ ଥିବା ଶୌଚାଳୟଗୁଡ଼ିକର ପରିଚାଳନା ଭାର ଆଉଟସୋର୍ସିଂ ଏଜେନ୍ସିକୁ ଦିଆଯାଇଛି । ସେଠାରେ ସେମାନେ ଶୌଚ ଓ ଗାଧୋଇବା ପାଇଁ ଲୋକଙ୍କ ଠାରୁ ୟୁଜର୍ସ ଫି’ ବାବଦରେ ୨ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରନ୍ତି । ବର୍ତ୍ତମାନ କରୋନା ମହାମାରୀ ସମୟରେ ଶୌଚାଳୟ କମ୍ପ୍ଲେକ୍ସରେ ଟଙ୍କା ଆଦାନ ପ୍ରଦାନ ବିପଦପୂର୍ଣ୍ଣ ଓ ଏଥିରେ ସଂକ୍ରମଣର ଆଶଙ୍କା ରହିଛି । ୟୁଜର୍ସ ଫି ଆଦାୟ କରା ନ ଗଲେ ମଧ୍ୟ ଶୌଚାଳୟର ସ୍ୱଚ୍ଛତାରେ ଆଦୌ ସାଲିସ କରାଯିବ ନାହିଁ । ସ୍ଥାନୀୟ ପୌରସଂସ୍ଥା ଏହି ଖର୍ଚ୍ଚ ବହନ କରିବେ । ଯଦି ଆଉଟ ସୋର୍ସିଂ ଏଜେନ୍ସି ମାଗଣା ସେବା ଯୋଗାଇବାକୁ ମନା କରିବେ, ତେବେ ସେମାନଙ୍କୁ ହଟାଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ଶୌଚାଳୟଗୁଡ଼ିକୁ ପରିଚାଳନା କରାଯାଇପାରିବ । ମହାମାରୀ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ଏହି ପଦକ୍ଷେପ ନେଇପାରିବେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନୂଆ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପ୍ରମୁଖ ସଚିବ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ