ଶୌବପୀଠରେ ଭକ୍ତଙ୍କ ଭିଡ଼
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପୁଣ୍ୟର ମାସ କାର୍ତ୍ତକ ୩ୟ ସେମାବାରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଗ୍ରାମାଞ୍ଚଳର ଶୌବପୀଠ ଗୁଡ଼ିକରେ ଦିନତମାମ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ସୋମବାର ପ୍ରାତଃହରୁ ଶୌବପୀଠ ଗୁଡ଼ିକରେ ଦେବ ଦେବ ମହାଦେବଙ୍କ ମାର୍ଜଣା, ମଇଲମ, ସୂର୍ଯ୍ୟପୁଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନରେ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ବହୁ ଶୌବପୀଠରେ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନେ ଦୀର୍ଘ ସମୟ ଧରି ଲମ୍ବା ଲାଇନ ରହିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ବଳଭଦ୍ରଙ୍କୁ ହରିହର ବେଶରେ ସୁସଜ୍ଜିତ କରାଯାଇଥିଲା । ଏହି ବେଶ ଦେଖିବାକୁ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିଲା । ପାବନଶ୍ରକ୍ଷେତ୍ର ସ୍ଥିତ ପଶ୍ଚିମାଭିମୁଖୀ କାଶି ବିଶ୍ୱନାଥ, ଲକ୍ଷ୍ମୀବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ନୂଆଁଗଡ଼ର ବାଲୁଙ୍କେଶ୍ୱର, ହିଞ୍ଜିଳିର ସ୍ୱପ୍ନେଶ୍ୱର, ଆଙ୍କୋଡ଼ାର କପିଳେଶ୍ୱର, ସ୍ଥାନୀୟ ବ୍ଳକ ବୁରୁପୋଡ଼ାର ମୁଦୁକେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର ସମେତ ନିକଟବର୍ତ୍ତି ଗ୍ରାମାଞ୍ଚଳର ଶୌବପିଠ ଗୁଡ଼ିକରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ଭକ୍ତମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ।