ଶୌର୍ଯ୍ୟ ଜାଗରଣ ଯାତ୍ରା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ର ଶୁଭ ଉଦଘାଟନ ଉତ୍ସବ ଅସନ୍ତ। ଜାନୁଆରୀ ମାସ ମକର ସଂକ୍ରାନ୍ତି ରେ ହେବ।ଉକ୍ତ କାର୍ଯ୍ୟକ୍ରମ କୁ ଲକ୍ଷ୍ୟ ରଖି ରାମ ଭକ୍ତ ମାନଙ୍କୁ ସଚେତନ କରାଇବା ଓ ଉକ୍ତ କାର୍ଯ୍ୟ ରେ ଯୋଗଦେବାକୁ ଭବ୍ୟ ଶୌର୍ଯ୍ୟ ରଥ ର ପରିକ୍ରମା ସମଗ୍ର ଓଡ଼ିଶାରେ ଜାରୀ ରହିଛି।ଆଜି ଭଞ୍ଜନଗର ସହର ରେ ଦିନ ୧୨ ସମୟରେ ପହଞ୍ଚି ଥିଲା ଏହି ରଥ ଓ ରାମ ଭକ୍ତ ମାନେ ଆଗ୍ରହ ର ସହ ବାଜା ବଜାଇ ମହା ପଟୁଆରରେ ସହର ପରିକ୍ରମା କରାଇଥିଲେ। ରାଜ୍ୟ ବିଶ୍ୱ ହିନ୍ଦୁ ପରିଷଦ ଓ ରାଜ୍ୟ ବଜରଙ୍ଗ ଦଳର ମିଳିତ ସହଯୋଗରେ ଶହ ଶହ ଭକ୍ତ ଯୋଗଦେଇଥିଲେ।କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଲକ୍ଷ୍ମଣାନନ୍ଦ ଆଶ୍ରମ ରୁ ବାହାରି ଘୁମୁସର ଭଞ୍ଜନଗର ଠାରେ ପହଞ୍ଚି ଥିଲା ,ଏହି ରଥ ସମଗ୍ର ଗଞ୍ଜାମ ଜିଲ୍ଲା ପରିକ୍ରମା କରିବ।ଶ୍ରୀରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯୋଗଦେବେ।ଏହି କାର୍ଯ୍ୟକ୍ରମକୁ ପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ଅମ୍ବିକା ଦାସ, ବିଶ୍ବହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧିର ନାୟକ, ଜିଲ୍ଲା ସଂପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ସୁଧିର କୁମାର ପ୍ରଧାନ, ସହ ସଂଯୋଜକ ଅଜୟ ମହାପାତ୍ର, ଗୁପ୍ତେଶ୍ୱର ସୁବୁଦ୍ଧି, ମହେଶ୍ୱର ସାହୁ, ଓ ପ୍ରମୋଦ ଗୌଡ଼ ଙ୍କ ନେତୃତ୍ୱରେ ସମାପନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟନନ୍ଦଜୀ ମହାରାଜ୍ ଓ ନକୁଳ ବାବାଙ୍କ ନେତୃତ୍ବରେ ବହୁ ସାଧୁ ସନ୍ଥ ଯୋଗଦାନ କରିଥିଲେ । ଏହିପରି ଗାୟତ୍ରୀ ପରିବାର ର ଜିଲ୍ଲା ସଂଘ ଚାଳକ ବନମାଳୀ ଗୌଡ଼, ପଦ୍ମନାଭ ପ୍ରଧାନ, । ଏବଂ ବିଜେପି ପକ୍ଷରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଶ୍ରୀ ଗତିକୃଷ୍ଣ ମହାପାତ୍ର, ସଂଜୟ ସ୍ବାଇଁ, ବ୍ରହ୍ମାନନ୍ଦ ଦାସ ଙ୍କ ସହିତ ବହୁ ମାନ୍ୟଗଣ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ