ଶୌର୍ଯ୍ୟ ଜାଗରଣ ଯାତ୍ରା ଓ ବୌଦ୍ଧିକ ସମାବେଶ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ହିନ୍ଦୁଧର୍ମର ସୁରକ୍ଷା ଓ ହିନ୍ଦୁ ସମାଜର ଏକତ୍ରୀକରଣ ଏବଂ ବୌଦ୍ଧିକ ବିକାଶ ଅଖଣ୍ଡ ହିନ୍ଦୁରାଷ୍ଟ୍ର ପ୍ରତିଷ୍ଠା ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣର ସଫକ କାମନା ଉଦ୍ଧ୍ୟେଶ ନେଇ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦେଶ ପରିକ୍ରମା କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ମାରକୀ ଶୌର୍ଯ୍ୟ ଜାଗରଣ ଯାତ୍ରାକୁ ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ବେଲଗଡ ଠାରେ ଅଞ୍ଚଳର ଶବର ସମାଜ କଲ୍ୟାଣ ସମିତି ଆଦି ହିନ୍ଦୁ ସଙ୍ଗଠନ ମାନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଟି ଗୋବିନ୍ଦପୁର ପାଳୁଖୋଳା , ଗୁହାରିଆଖୋଲ ନରେନ୍ଦ୍ରପୁର , ପୋଡାମାରି , କଂସାମାରି , ଡେଙ୍ଗାଉସ୍ତା , ଛଣମେରି ପ୍ରଭୃତି ଗ୍ରାମବାସୀଙ୍କ ପକ୍ଷରୁ ଜାଗରଣ ରଥକୁ ପୂଜନ ସହ ସ୍ବାଗତ କରାଯାଇଥିଲା । ତପ୍ତପାଣି ଠାରୁ ପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ରଥ ଓ ଅଭିଯାତ୍ରୀ ଦଳକୁ ସ୍ଵାଗତ କରାଯାଇଥିଲା। ଖେମୁଣ୍ଡିଖୋଲ ଠାରେ ଆୟୋଜିତ ସୋର୍ଯ୍ୟ ଜାଗରଣ ବୌଦ୍ଧିକ ସମାବେଶରେ ରାମମନ୍ଦିର ଆନ୍ଦୋଳନରେ ଶହୀଦ ହୋଇଥିବା ଖପରାବାଡ ଗ୍ରାମର ସୀତା ରଇତଙ୍କ ସ୍ମୁତିଚାରଣ ସହ ସମାବେଶରେ ଅଖିଳ ଭାରତ ସନ୍ଥ ସମିତି ପ୍ରଦେଶ ମହାମଣ୍ଡଳେଶ୍ୱର ସ୍ଵାମୀ ସତ୍ୟାନନ୍ଦ ଗିରି , ମହେନ୍ଦ୍ରଗିରି ଆଶ୍ରମ ବାବା ନକୁଳପୁରି , ବାବା ଅଯୋଧ୍ୟାନାଥ ରାମାନନ୍ଦ ବ୍ରହ୍ମଚାରୀ , ବିଶ୍ଵ ହିନ୍ଦୁ ପରିଷଦ ପ୍ରାନ୍ତ ସମରସଜ୍ଜା ପ୍ରମୁଖ ତରଣୀସେନ ଦାଶ , ଜିଲ୍ଲା ପ୍ରଚାରକ କେଦାରଭାଇ , ବିଭାଗ ସଂଯୋଜକ ଅରୁଣପ୍ରସାଦ ପାଢ଼ୀ , ଗଜପତି ଜିଲ୍ଲା ସଭାପତି କୈଳାସ ଗୌଡ଼ , ଶାରିରୀକ ଶିକ୍ଷା ପ୍ରମୁଖ ଜୁରିଆ ଜାନି , ମାର୍ଗଦର୍ଶକ ଅରକ୍ଷିତ ମଣ୍ଡଳ , ଡମ୍ବରୁଧର ମଣ୍ଡଳ , ଆରଏସଏସର ଚୈତନ୍ୟ ମଲିକ , ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ସଂଯୋଜକ ବଳରାମ ମହାରଣା , ଶବରସମାଜ କଲ୍ୟାଣ ସମିତିର କନ୍ଧ ବଡ଼ରଇତ , ନାରାୟଣ ରଇତ , ରେଡିକା ଜାନି , ମଙ୍ଗଳା ଗମାଙ୍ଗ , ସନ୍ତୋଷ ଦଳେଇ ଏକେଶ୍ୱର ମଣ୍ଡଳ ପ୍ରମୁଖ ହିନ୍ଦୁ ଧର୍ମର ସୁରକ୍ଷା ବୌଦ୍ଧିକ ବିକାଶ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ