ଶ୍ମଶାନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିଜମରାର ମିନି ଷ୍ଟାଡିୟମ ପାଶ୍ୱର୍ରେ ଥିବା ଶ୍ମଶାନରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ବିଜମରା ଗ୍ରାମର ୩୫ ବର୍ଷିୟ ଯୁବକ ଦୁର୍ଯ୍ୟୋଧନ ବାଗ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୩ ମାସ ତଳେ ରୋଗରେ ଆକ୍ରାନ୍ତ ହୋଇ ସ୍ତ୍ରୀ ଆରପାରିକୁ ଚାଲିଯାଇଥିବା ବେଳେ ତାଙ୍କର ୮ ବର୍ଷ ଓ ୧୪ ବର୍ଷିୟ ଦୁଇ ପୁଅ ରହିଛନ୍ତି । ହେଲେ ସେ ଶନିବାର ସଂନ୍ଧ୍ୟା ଠାରୁ ଆଉ ଘରକୁ ଫେରିନଥିବା ବେଳେ ଝୁଲନ୍ତା ଅବସ୍ଥାରେ ଗ୍ରାମ୍ୟ ଶ୍ମଶାନରୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତେବେ ସେ କୈାଣସି କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ସେ ମାନସିକ ଚାପରୁ ଏଭଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ଓ କୁଟୁରୁ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରକୁ ଶବବ୍ୟେବଚ୍ଛେଦ ନିମନ୍ତେ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ