ଶ୍ମଶାନର ପାରିପାର୍ଶ୍ଵିକ ଉନ୍ନତି ସକାଶେ ବିଧାୟକଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶ୍ମଶାନର ପାରି ପାର୍ଶ୍ଵିକ ଉନ୍ନତି କରଣ ସକାଶେ ସ୍ଥାନୀୟ ବାସିନ୍ଦା ଓ ବିଜେଡ଼ି ନେତୃବୃନ୍ଦ ମାନେ ଆଜି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଶ୍ମଶାନ ଟି ରିକାପଲ୍ଲୀ ମୌଜା ଅଧୀନରେ ହୋଇଥିବା ହେତୁ ସହରର ୮୦ ପ୍ରତିଶତ ଲୋକ ଏହି ଶ୍ମଶାନ ଉପରେ ନିର୍ଭର କରିଛନ୍ତି l ତେଣୁ ଏହାର ପାରିପାର୍ଶ୍ଵିକ ଉନ୍ନତି ସହ ମୋଡେଲ ଶ୍ମଶାନରେ ପରିଣତ କରିବା ନିମନ୍ତେ ସେମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବି. ରାଜିବାବୁ, ଏନ. ଗିରି ପ୍ରସାଦ ରାଓ, ବି. ଶ୍ରୀନିବାସ, ପପୁନ ବେହେରା, ଛାତ୍ର ବିଜେଡ଼ି ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ l


