ଶ୍ମଶାନ ପରିସରରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ସହରରେ ଥିବା ଶ୍ମଶାନ କୁ ବୁଲି ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁବାର ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ବୁଲି ତଦାରଖ କରିଛନ୍ତି । ଶ୍ମଶାନ ପରିସରରେ କାଠ, ଅସ୍ଥି ଭଳି ବିଭିନ୍ନ ସାମଗ୍ରୀ ସୁରକ୍ଷିତ ଭାବେ ରଖିବା ପାଇଁ ଶ୍ମଶାନ ପରିସରରେ ୩ଟି ରୁମ୍‌, ଗୋଟିଏ ଶୌଚାଳୟ ନିର୍ମାଣ କରାଯିବା ସହିତ ଶ୍ମଶାନ ପରିସରକୁ ସଫା ସୁତୁରା ରଖିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଶ୍ମଶାନ ପରିସରରେ ଆଲୋକିକରଣ, ପାଣି ଟାଙ୍କି ଓ ସୌନ୍ଦର୍ଯ୍ୟକରଣ ଆଦି ର ବ୍ୟବସ୍ଥା କରିବା ପାଇଁ ମଧ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଏହି ପରିଦର୍ଶନ ବେଳେ ଏନଏସି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ ଓ ଜୋସ୍ନାମୟୀ ଜେନା, ପୂର୍ବତନ କାଉନସିଲର ରାଜେସ୍ କୁମାର ସାହୁ, ଏନ୍‌. ଗିରିଧର ରାଓ, ମଙ୍ଗଳେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ