ଶ୍ମସାନ ଜମିର ସୁରକ୍ଷା ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର- : ଶ୍ମଶାନ ଜମି ହଡପ କରାଯାଇଥିବା ପ୍ରତିବାଦରେ ଗଂଜାମ ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦପଲ୍ଲୀ ଗ୍ରାମର ବହୁ ହରିଜନ ଲୋକ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ଯୁବ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଗଂଜାମ ତହସିଲ ଅନ୍ତର୍ଗର ଏଚ୍‌.ବୁରୁଡି ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ଗ୍ରାମ୍ୟ ଜଙ୍ଗଲ ତଥା ହରିଜନ ସମ୍ପ୍ରଦାୟଙ୍କ ଶ୍ମଶାନ , ସୁବଳୟା ମୈାଜାର ଖାତାନଂ ୧୧୫ , ହାଲ ପ୍ଲଟ ନଂ ୨୦୬୧ , ରକବା ୦.୭୬୦ ଡେସିମିଲ ଜମିଙ୍କୁ ସେମାନେ ପୁରୁଷାନୁକ୍ରମେ ଶ୍ମଶାନ ଭାବେ ବ୍ୟବହାର କରି ଆସୁଥିବା ବେଳେ କିଛି ଜମି ମାଫିଆ ବେଆଇନ ଉପାୟରେ ଉକ୍ତ ଜମିକୁ ନିଜ ନାମରେ ରେକଡଭୂକ୍ତ କରି ପ୍ଲଟ ହିସାବରେ ବିକ୍ରୟ କରିଚାଲିଛନ୍ତି । ଏପରିକି ସେହି ଜମିରେ ଫାଉଣ୍ଡେସନ ମଧ୍ୟ ଖୋଳାଯାଇ ଘର କରାଯାଉଛି । ଏହାର ପ୍ରତିକାର ତଥା ସୁବନ୍ଦୋବସ୍ତ ପାଇଁ ଆମ୍ଭେ ମାନେ ୨୦୧୬ମସିହା ଫେବୃୟାରୀ ମାସ ଠାରୁ ବାରମ୍ବାର ଆପଣଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ହେଁ ଅଦ୍ୟାବଧି କୈାଣସି ପ୍ରତିକାର ବ୍ୟବସ୍ଥା ପ୍ରଶାସନ ତରଫରୁ ଗ୍ରହଣ କରାଯାଇନାହିଁ ।ଏପରକି ଏହି ଜନସ୍ୱାର୍ଥ ମାମଲାଟି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଅଦାଲତରେ ବିଚାରାଧିନ ଥିବା ସତ୍ତ୍ୱେ , ଉକ୍ତ ଜଙ୍ଗଲ ଜମି ତଥା ହରିଜନ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ଜମି ଉପରେ ଜବରଦସ୍ତ ପ୍ରଭାବଶାଳୀ ରାଜନୈତିକ ପୃଷ୍ଠ ପୋଷକ ବ୍ୟକ୍ତି ମାନଙ୍କ ଦ୍ୱାରା କରାଯାଉଥିବା ଗୃହ ନିର୍ମାଣକୁ ଆସନ୍ତା ୭ଦିନ ମଧ୍ୟରେ ଉଚ୍ଛେଦ କରାନଗଲେ ଆମ୍ଭେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାପାଇଁ ବାଧ୍ୟ ହେବୁ ବୋଲି ସ୍ମାରକ ପତ୍ରରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଆଲୋକ କୁମାର ପାହାନ, ବାଉରିଆ ଦାସ, ମାଗୁଣି ଦାସ, ଅଭିରାମ ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତଥିଲେ । ଏହାର ଏକକିତା ନକଲ ୫-ଟି ସଚିବ , (ଓଡିଶା,) ଦକ୍ଷୀଣାଞ୍ଚଳ ରାଜସ୍ୱ କମିଶନର (, ବ୍ରହ୍ମପୁର, ) ଗଂଜାମ ଆରକ୍ଷୀଅଧିକ୍ଷକ , ଗଂଜାମ ତହସିଲଦାର, ରମ୍ଭା ଥାନା ଅଧିକାରୀ ଓ ଛତ୍ରପୁର ଥାନା ଅଧିକାରୀଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ