ଶ୍ରଦ୍ଧାଞ୍ଜଳି ଜଣାଇଲା କଳ୍ପନା ଛକଟୋକା ସଙ୍ଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପବିତ୍ର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି କଳ୍ପନା ଛକଟୋକା ସଙ୍ଘ । ଏହାସହ ଆହତଙ୍କ ଆସୁ ଆରୋଗ୍ୟ କାମନା କରିଛି ଏହି ସଙ୍ଘ । କଳ୍ପନା ଛକରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଘ ସଭାପତି ଧରେନ ରାଉତରାୟ କହିଛନ୍ତି ଯେ ରେଳ ଦୁର୍ଘଟଣା ରେ ଯେଉଁ ବ୍ୟକ୍ତି ସଂଶ୍ଲିଷ୍ଟ ଅଛି ତାଙ୍କ ଉପରେ ନରହତ୍ୟା ମକଦମା ରୁଜୁ କରି ତାକୁ ଫାଶୀ ଦଣ୍ଡାଦେଶ ଦିଆଯାଉ । ଏହାସହ ସଙ୍ଘ ପ୍ରତିଷ୍ଠାତା ବାପୁ ଓଝା ସମସ୍ତ ଆତ୍ମାର ସଦଗତି କାମନା କରିବା ସହ ଭାରତ ବର୍ଷର ଏହି ଲୋମହର୍ଷଣ କାରୀ ଦୁର୍ଘଟଣା ର ପୁନରାବୃତ୍ତି ନହେଉ, ଏହି ଦୁର୍ଘଟଣା ଯାହା ଆମ ଓଡ଼ିଆ ମାନଙ୍କ ହୃଦୟକୁ ବାରମ୍ବାର ଆଘାତ ଦେଉଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମହମବତୀ ଧରି ପବିତ୍ର ଆତ୍ମାର ସଦଗତି କାମନା କରିବା ସହ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ ।ସଙ୍ଘ ଉପସଭାପତି ପବିତ୍ର ଗଜେନ୍ଦ୍ର, ସମାଜସେବୀ ସିପ୍ରା ଚକ୍ରବର୍ତ୍ତୀ, ଦୁଃଖିଆ ପାତ୍ର, ଭୁବନାନନ୍ଦ ସାମନ୍ତ, ସଞ୍ଜୟ ପରିଡା, ମୁନା ପାଣି, ମୁକ୍ତିକାନ୍ତ ଦାସ, ଲକ୍ଷଣ ପାତ୍ର, ମନା ମହାରଣା ପ୍ରମୁଖ ଯୋଗଦେଇ ପ୍ରାଣ ହରାଇଥିବା ସମସ୍ତ ପବିତ୍ର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ