ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌) : ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି l ଅନୁଷ୍ଠାନର ସଭାପତି ବିଶ୍ୱଜିତ ପ୍ରଧାନଙ୍କ ପୌରହିତରେ ଏହି ଶିବିରକୁ କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ l ଏଥିରେ ବହୁ ସଂଖ୍ୟାରେ ଚକ୍ଷୁ ରୋଗୀ ଉପସ୍ଥିତ ରହି ନିଜର ନାମ ପଞ୍ଜିକରଣ କରାଇ ଚକ୍ଷୁ ପରୀକ୍ଷା କରାଇଥିଲେ l ମୋଟ ୧୬୦ ଜଣ ରୋଗୀଙ୍କ ମଧ୍ୟରୁ ଚକ୍ଷୁ ଅପରେସନ ନିମନ୍ତେ ୩୯ ଜଣ ରୋଗୀଙ୍କୁ ଇକସ୍ ମେଡିକାଲକୁ ସ୍ଥାନାନ୍ତରିତ ହୋଇଅଛି l ଥାନା ଅଧିକାରୀ ଶ୍ରୀ ମହାନ୍ତି ଅନୁଷ୍ଠାନକୁ ପ୍ରଂଶସା କରିବା ସହ ସଂଗଠନର ସ୍ବେଛାସେବୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ l ଇକସ୍ ହସ୍ପିଟାଲର ଡା. ଶଶୀପ୍ରଭା ସାହୁ, ଡା. ସୌମ୍ୟ ରଞ୍ଜନ ରାଉତ, ଡା. ସୁଜିତ କିସାନ, ଜଗନ୍ନାଥ ପ୍ରଧାନ ଓ ଆରସି ଦଳେଇ ଯୋଗଦେଇ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ନାନୀୟ ଅତିଥି ରୂପେ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଚିନ୍ମୟ ମିଶ୍ର, ମୁଖ୍ୟବକ୍ତା ପ୍ରଭାତ କୁମାର ମିଶ୍ର, ହିଞ୍ଜିଳିକାଟୁ ସାମ୍ବାଦିକ ଲଳିତ ମୋହନ ପୋଲାଇ ଓ କୋଦଳା ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l ଏବଂ ମଞ୍ଚାସିନ ଗଣ ନିଜ ନିଜର ବକ୍ତବ୍ୟରେ ଅନୁଷ୍ଠାନକୁ ଭୁରି ଭୁରି ପ୍ରଂଶସା କରିଥିଲେ l ଶ୍ରବଣ ସେବା ଅନୁଷ୍ଠାନର ସମ୍ପାଦକ ମିଥୁନ ପ୍ରଧାନ, ଉପସଭାପତି ଜଗନ କୁମାର ସେଠୀ, ଲିଟୁ ପରିଡା, ଫିରୋଜ ପରିଡା, ଶୁଭେନ୍ଦୁ ନାହାକ, ମନୋରଞ୍ଜନ ଡାକୁଆ, ସୁରଜ ପ୍ରଧାନ, ନାରାୟଣ ପ୍ରଧାନ, ସୁରେସନ, ମୁନା ସେଠୀ, ବାନାମ୍ବର ପୋଲେଇ, ପିକାଶ ମହାନ୍ତି, କମଲ ପାଣ୍ଡୀ, ଟୁକୁନା ରାଉତ, ପ୍ରଦୀପ ପରିଡା, ତ୍ରିନାଥ ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ