ଶ୍ରମିକଙ୍କ ଗିରଫ ଦାବିକୁ ସି.ପି.ଆଇ.ର ନିନ୍ଦା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଭିଯୋଗ ବଳରେ ୬ଜଣ ଶ୍ରମିକନେତାଙ୍କୁ ଗିରଫ କରାଯାଇ ଜେଲ ପଠାଇବା ଘଟଣାକୁ ଘୋର ନିନ୍ଦା କରାଯାଇଛି । ଶ୍ରମିକଙ୍କ ସମସ୍ୟାକୁ ସହୃଦୟତାର ସହିତ ଆଲୋଚନା ମାଧ୍ୟମରେ ସମାଧାନ ପରିବର୍ତ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକଙ୍କୁ ଅସଦ ବ୍ୟବହାର କରିବା, ମରଣାନ୍ତଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରି ଜେଲ ପଠାଇବାକୁ ସି.ପି.ଆଇ. ଘୋର ନିନ୍ଦା କରିଛି ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜିଲ୍ଲା ସମ୍ପାଦକ ଆଇନଜିବି ରମଣୀରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ଏଆଇଟିୟୁସି ଜିଲ୍ଲା ସଭାପତି ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା, ନିରଞ୍ଜନ ଦାସ, ସୋହାନା ବେଗମ ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ