ଶ୍ରମିକନେତା ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସମାଜବାଦୀ ନେତା, ରାଜ୍ୟର ଶ୍ରମିକ ଆନ୍ଦୋଳନର ପୁରୋଧା, ହିନ୍ଦ୍ ମଜଦୁର ସଭା ଓ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଯେଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା ଓଡ଼ିଶା ଶାଖା କାର୍ଯ୍ୟାଳୟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଏଚ୍‌.ଏମ୍‌.ଏସ୍ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ନବକିଶୋର ମଲ୍ଲିକ, ମହିଳା ନେତ୍ରୀ ଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ମହଲ, ବି.ଏନ୍‌. ମହାପାତ୍ର, ରାଜେନ୍ଦ୍ର ଦାସ, ଆଡ଼ଭୋକେଟ ଯୁଗଳ ନାୟକ, ଏଚ୍‌.ଏମ୍‌.ଏସ୍ ମେଡ଼ିଆ ସେଲ୍‌ର ସଂଯୋଜକ ମନୋଜ ବାରିକଙ୍କ ସମେତ ଆଠଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଆଦି ଅଞ୍ଚଳରୁ ଶତାଧିକ ଶ୍ରମିକ କର୍ମୀ, ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ତ୍ରିପାଠୀ ଶ୍ରମିକମାନଙ୍କ ପାଇଁ ବିଶେଷକରି ଅଣ ସଂଗଠିତ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା ଚିରଦିନ ପର୍ଯ୍ୟନ୍ତ ଅମର ରହିବ । ଦୀର୍ଘ ୨୫ ବର୍ଷ ଧରି ଏଚ୍‌.ଏମ୍‌.ଏସ୍ ସଂଗଠନ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ସେ ଶ୍ରମିକମାନଙ୍କ ନିମନ୍ତେ ଅନେକ କାର୍ଯ୍ୟ କରି ଯାଇଛନ୍ତି, ତାହା ସବୁଦିନ ପାଇଁ ଅମ୍ଲାନ ହୋଇ ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ