ଶ୍ରମିକନେତା ୰ ଯୋଗେନ୍ ଦାସଙ୍କ ୪ର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଶ୍ରମିକନେତା ସ୍ୱର୍ଗତ ଯୋଗେନ୍ଦ୍ର ପ୍ରସାଦ ଦାସ (ଯୋଗେନ୍ ଦାସ)ଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକ ଅବସରରେ ‘ଯୋଗେନ୍ ଦାସ ସ୍ମୃତି କମିଟି’ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ‘ଆତିଥ୍ୟ’ ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏହି ଶ୍ରାଦ୍ଧବାର୍ଷିକ ଅବସରରେ ଆୟୋଜିତ ସ୍ମୃତିସଭାରେ ଅଧ୍ୟକ୍ଷତା କରିଥିଲେ । ଗତ ୭୦ ଦଶକରୁ ପ୍ରାୟ ୪୦ବର୍ଷ ଧରି ବାଲେଶ୍ୱର ଜିଲ୍ଲାରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯେଉଁ ଐତିହାସିକ ସଂଗ୍ରାମର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ, ତାହା ଏବେବି ଅତୁଟ ରହିଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଥିଲେ । ବରିଷ୍ଠ ଆଇନ୍‌ଜୀବୀ ତଥା ସ୍ମୃତିକମିଟିର ସଭାପତି ଶମ୍ଭୁନାଥ ମହାନ୍ତି, ସ୍ୱର୍ଗତ ଦାସଙ୍କ ବାଲ୍ୟବନ୍ଧୁ ଆଇନଜୀବୀ ଶରତ ମହାପାତ୍ର, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଓକିଲ ସଂଘର ପୂର୍ବତନ ସଭାପତି ମନୋଜ ନାୟକ, ସ୍ୱର୍ଗତ ଦାସଙ୍କ ସହକର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ସୁରେନ୍ଦ୍ର ପଣ୍ଡା, ଅଧ୍ୟାପକ ଡ. ରତ୍ନାକର ସିଂହ, ମଧୁସୂଦନ ବେହେରା, ନିରଞ୍ଜନ ପରିଡ଼ା, କବି ଅଭୟ ଦାସ, ଡାକ୍ତର ଶାନ୍ତନୁ ଦାସ, ସ୍ୱର୍ଗତ ଦାସଙ୍କ ପତ୍ନୀ ମିନତୀ ଦେବୀ, ପଡ଼ୋଶୀ କାହ୍ନୁଚଣ ଦାସ, ଜାମାତା ଅଧ୍ୟାପକ ଅଭୟ ଦାସ ପ୍ରମୁଖ ମଞ୍ଚାସୀନ ଥାଇ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁନହଟ ଅଞ୍ଚଳର ନବକୁମାର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସିଦ୍ଧେଶ୍ୱର ବିନ୍ଧାଣୀ, ରାମଚନ୍ଦ୍ର ପାତ୍ର, ମଦନମୋହନ ଦାସ, ଗୌତମ ଦାସ ଓ ଯୋଗେନ୍‌ବାବୁଙ୍କର ପରିବାରବର୍ଗ ତଥା ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସ୍ୱର୍ଗତ ଯୋଗେନ୍ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧା ନିବେଦନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଶ୍ରମିକ ସଂଗଠନର ନେତୃତ୍ୱ ଓ ସହରର ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସ୍ମୃତିକମିଟି ପକ୍ଷରୁ ତାପସ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବାବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ