ଶ୍ରମିକମାନଙ୍କୁ କାମ ଯୋଗାଇବା ନିମନ୍ତେ ଦାବିପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): ଗୋପାଳପୁର ବନ୍ଦରରେ ସମସ୍ତ ତାଲିକାଭୁକ୍ତ ଶ୍ରମିକଙ୍କୁ ନିୟମିତ କାମ ଯୋଗାଇବା ଦାବି ନେଇ ସୋମବାର ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କସ ୟୁନିଅନ୍ ର ପରିଚାଳନା କମିଟି ସଭ୍ୟ ଓ ପରାମର୍ଶଦାତା କମିଟି ସଭ୍ୟମାନେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ, ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ, ବ୍ରହ୍ମପୁର ଡିଭିଜନ ଶ୍ରମ କମିଶନରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ୟୁନିଅନ୍ ର ପରିଚାଳନା କମିଟି ସଭ୍ୟ କେଶବ ନାହାକ ( ଆବାହକ) ଈଶ୍ୱର ଖୁଂଟିଆ, ଗୋବିନ୍ଦ ପ୍ରଧାନ, ଏନ୍. କୃଷ୍ଣ ମୃର୍ତି, ଲକ୍ଷ୍ମଣ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଗୈାଡ,ପି.ଘନଶ୍ୟାମ ରେଡ୍ଡୀଙ୍କ ସମେତ ପରାମର୍ଶଦାତା କମିଟିର ଚିଙ୍କାରା ବେହେରା, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ବରିଷ୍ଠ ସିପିଆଇ ନେତା ପ୍ରଫୁଲ କୁମାର ପାଣିଗ୍ରାହୀ, ଛତ୍ରପୁର ଜୋନାଲ୍ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡି, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍. ଗିରିଜା ପ୍ରସାଦ ରେଡ୍ଡି, ପ୍ରଶାନ୍ତ ପଣ୍ଡା ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ୍ ୱାର୍କସ ୟୁନିଅନରେ ୨୬୪୭ ଶ୍ରମିକ ପଞ୍ଜିକୃତ ରହିଛନ୍ତି ।


