ଶ୍ରମିକମାନଙ୍କ ଶୋଷଣ ନୀତି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା):ଶ୍ରମିକମାନଙ୍କ ଶୋଷଣ ନୀତିକୁ ବିରୋଧ କରିବା ସହ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏନ୍‌ଏଫ୍‌ଆଇଟିୟୁ ସଂଗଠନ ସ୍ୱର ଉତ୍ତୋଳନ କରିଛି । ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ଗତ ସୋମବାର ନୂଆଦିଲ୍ଲୀ ସ୍ଥିତ ଜନ୍ତର-ମନ୍ତର ଠାରେ ଶ୍ରମିକମାନଙ୍କ ହିତ ସାଧନ ପାଇଁ ଏକ ବିଶାଳ ଧାରଣା ପ୍ରଦର୍ଶନ କରାଯାଇଥିଲା । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ.ଦୀପକ୍ ଜୟସବାଲ୍ ସର୍ବସାଧାରଣ ଉଦ୍ୟୋଗ ଯଥା ଭାରତୀୟ ରେଳ ବିଭାଗ, କୋଇଲା ଖଣି-ଖାଦାନ ଇତ୍ୟାଦି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ଘରୋଇକରଣ ପ୍ରସଙ୍ଗକୁ ବିରୋଧ କରିଥିବା ସହ ଦେଶରେ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରାଦାମ୍ ବୃଦ୍ଧି, କୃଷକମାନଙ୍କୁ ସଠିକ୍ ଭାବେ ସାର ଯୋଗାଣ(ୟୁରିଆ)ରେ ଅବହେଳା ଏବଂ ସମସ୍ତ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିରୋଧୀ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତୁରନ୍ତ କେନ୍ଦ୍ର ସରକାର ସମସ୍ତ ବିଷୟରେ ନିରାକରଣ ପାଇଁ ପଦକ୍ଷେପନ ନେଲେ ଆଗାମୀ ଦିନରେ ଧାରଣା ତଥା ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତବାନୀ ଦିଆଯାଇଥିଲା । ଉକ୍ତ ଧାରାଣାରେ ଦେଶର ୨୬ଟି ରାଜ୍ୟର ପ୍ରତିନିଧି ମଣ୍ଡଳୀ ଯୋଗଦେଇଥିଲେ । ଓଡିଶା ରାଜ୍ୟ ତରଫରୁ ଶ୍ରମିକମାନଙ୍କ ହିତ ଉଦ୍ଦେଶ୍ୟରେ ଏନ୍‌ଏଫ୍‌ଆଇଟିୟୁ ଏବଂ ଏଚ୍‌ଏମ୍‌କେପିର ପ୍ରତିନିଧିମଣ୍ଡଳୀ ତଥା ରାଜ୍ୟ ସଂପାଦକ ଶରତ କୁମାର ନାହାକ, ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ଲୋକନାଥ ତ୍ରିପାଠୀ, ସୁନ୍ଦରଗଡ ଜିଲ୍ଲା ସଭାପତି ଏମ୍‌.ବିଭୁଦତ୍ତ ନାଗ ଓ ବିଦ୍ୟାଧର ନାହାକ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ଶ୍ରମ କାର୍ଯ୍ୟାଳୟ ଗୁଡିକର ଉଦାସୀନତା ଓ ଏହାର ନିରାକରଣ ନିମନ୍ତେ ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ ଓ ପ୍ରବାସୀ ଶ୍ରମିକ ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ଆଦି ୧୫ ଦଫା ଦାବି ନେଇ ରାଷ୍ଟ୍ରଶ୍ରମ ତଥା ପେଟ୍ରୋଲିୟମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ସାକ୍ଷତ କରି ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଯାଦବ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ଲୋକନାଥ ତ୍ରିପାଠୀ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତିା

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ