ଶ୍ରମିକ ଅଧିକାର ଦାବୀ ନେଇ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଦାବୀ ପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର , ଖଲିକୋଟ , ପୁରୁଷୋତ୍ତମପୁର , ଗଂଜାମ ଓ ବେଗୁନିଆପଡା ବ୍ଲକର ଶ୍ରମ ଅଧିକାର ଅବହେଳିତ ଦଳିତ ଶ୍ରମିକ ପରିବାରଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ଦାବୀ ନେଇ ସୋମବାର ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଏକ ଲିଖିତ ଦାବୀ ପତ୍ର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ସଭାପତି କାଳୁଚରଣ ନାୟକଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ସରକାରଙ୍କ ଶ୍ରମ ଅଧିକାର ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଶ୍ରମିକ ଓ ଶ୍ରମିକମାନଙ୍କ ପରିବାର ବର୍ଗ ମାନେ ଏହାର ସୁଫଳ ପାଇପାରୁନାହାଁନ୍ତି । ପ୍ରକୃତ ହିତାଧିକାରୀଙ୍କ ପାଇଁ ଠିକ୍ ଭାବେ ଏହା କାର୍ଯ୍ୟ କାରୀ ହେଉନଥିବା ଯୋଗୁଁ ଶ୍ରମିକ ପରିବାରଙ୍କ ବିକାଶ ହୋଇପାରୁନି । ଶ୍ରମିକ ପରିବାର ମାନେ ବର୍ଷର ସବୁ ସମୟରେ ବିଭିନ୍ନ ସ୍ôଥାନରେ ଦିନ ମଜୁରିଆ ଭାବେ ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ ଭାବେ କାମ କରୁଛନ୍ତି । ବହୁ ଶ୍ରମିକ ଶ୍ରମ କାର୍ଯ୍ୟାଳୟ ପଂଜିକରଣ ହୋଇନାହାନ୍ତି । ଯେଉଁ ଶ୍ରମିକ ମାନେ ୪/୫ବର୍ଷ ହେଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ଭାବେ ପଂଜିକରଣ ହୋଇଛନ୍ତି । ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ମିଳୁଥିବା ଅଧିକାର ଗୁଡିକ ପ୍ଧବନାହାନ୍ତି । ଆଉ କିଛି ଶ୍ରମିକ ସଚେତନତା ଅଭାବରୁ ପରିଚୟ ପତ୍ର ର ବାର୍ଷିକ ଦେୟ ନପାରି ସେମାନଙ୍କ ପରିଚୟ ପତ୍ର ଗୁଡିକ ବନ୍ଦ ଅଛି । ତେଣୁ ଶ୍ରମିକ ମାନଙ୍କୁ ଉଠିତ୍ ନ୍ୟାୟ ପ୍ରଦାନ କରିବା ସହ ଶ୍ରମ ଅଧିକାର ମିଳିବା ନିମନ୍ତେ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ସଂପାଦକ ଜଗନ୍ନାଥ ଦାସ, ତାରିଣୀ ନାୟକ, ରବିନ୍ଦ୍ର କୁମାର ବେହେରା, ରୀନା ନାୟକ, ହେମଲତା ନାୟକଙ୍କ ସମେତ ବୁହ ଦଳିତ ମାନେ ଉପସ୍ଥିତ ଥିଲେ ।


